ପ୍ରଥମ ଲିପୁ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0 151

ସୁବର୍ଣ୍ଣପୁର : ଆଜି ସୋନପୁର କଲେଜ ପଡିଆରେରେ ଆୟୋଜିତ ପ୍ରଥମ ଲିପୁ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏକଦିବସୀୟ ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ବିଭିନ୍ନ ଭେଟେରାନ୍‌ ଫୁଟବଲ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହେଇ ଆଜି ବଲାଙ୍ଗୀର ଭେଟେରାନ୍‌ ଦଳ ବିଜୟୀ ଘୋଷିତ ହୋଇ ଟ୍ରଫି ସହ ୧୦ହଜାର ଟଙ୍କାର ପୁରସ୍କାର ରାଶି ପାଇଥିବାବେଳେ ରନର୍ସ ଅପ୍‌ ଭାବରେ ବ୍ରଜରାଜନଗର ଦଳ ବିଜୟୀ ହୋଇ ଟ୍ରଫି ସହ ୭ହଜାର ଟଙ୍କା ପୁରସ୍କାର ରାଶି ଅତିଥି ମାନଙ୍କ ଦ୍ୱାରା ଗ୍ରହଣ କରିଥିଲେ । ଆଜି ପ୍ରାରମ୍ଭରେ ବଲାଙ୍ଗୀର ଓ ସମ୍ବଲପୁର ମଧ୍ୟରେ ହୋଇଥିବା ଖେଳରେ ବଲାଙ୍ଗୀର ବିଜୟୀ ହୋଇଥିବା ବେଳେ କଣ୍ଟାମାଳ ଓ ସୋନପୁର ଖେଳରେ କଣ୍ଟାମାଳ ବିଜୟୀ ହୋଇ ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନିତ ହୋଇଥିଲେ । ସେହିପରି ଏମସିଏଲ୍‌ ବୁର୍ଲା ଓ ବ୍ରଜରାଜନଗର ଦଳ ମଧ୍ୟରୁ ବ୍ରଜରାଜନଗର ଓ ବଣେଇ ଓ ବୀରମହାରାଜପୁର ଦଳରୁ ବଣେଇ ସେମିଫାଇନାଲ ଖେଳିଥିଲେ । ପରେ ବଲାଙ୍ଗୀର ଓ ବ୍ରଜରାଜନଗର ଦଳ ଫାଇନାଲ ଖେଳରେ ବଲାଙ୍ଗୀର ଦଳ ବିଜୟୀ ହୋଇ ପ୍ରଥମ ଲିପୁ ମେମୋରିଆଲ ଟୁର୍ଣ୍ଣାମେଣ୍ଟର ଟ୍ରଫି ସହ ପୁରସ୍କାର ରାଶି ହାସଲ କରିଥିଲେ । ଆଜିର ଉଦଯାପନି ସଭାରେ ଅତିଥି ଭାବରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗୋରେଖନାଥ ସାହୁ, ଶ୍ରୀରାମପୁର କଲେଜ ପରିଚାଳନା କମିଟି ସଭାପତି ତଥା ଯୁବନେତା ରମେଶ ପୂଜାରୀ, ଜିଲ୍ଲା ଠିକାଦାର ସଂଘ ସଭାପତି ଜୟମାଧବ ମିଶ୍ର, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଯୁବ ବ୍ୟବସାୟୀ ଚିନ୍ତେଷ ମେହେର, ବିବେକାନନ୍ଦ ମହାନ୍ତି, ବଳରାମ ପଣ୍ଡା ପ୍ରମୁଖ ଯୋଗଦେଇ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ସୁରେଶ୍ୱରୀ ଫୁଟବଲ ଏସୋସିଏସନ୍‌ ଦ୍ୱାରା ଆୟୋଜିତ ଏହି ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟରେ ସଭାପତି ନିଶାନ୍ତ ମହାନ୍ତି ,ଶାସ୍ୱତ ମିଶ୍ର,ପ୍ରିୟବ୍ରତ ସାହୁ, ହରି ପଟ୍ଟନାୟକ, ସୁବ୍ରତ ସେଠୀ, ଜ୍ୟୋତିର୍ମୟ ମିଶ୍ର, ସଞ୍ଜୟ ସାହୁ, ସୁରଟି ଦୀପ୍‌ ,ଆଦିତ୍ୟ ମହାପାତ୍ର, ମନିଷ ଦାଶ, ସନ୍ତୋଷ ପ୍ରଧାନ ପ୍ରମୁଖ ସହଯୋଗ କରିଥିବାବେଳେ ଉଦଯାପନୀ ସଭାକୁ ଦିଲ୍ଲୀପ ପାତ୍ର ସଂଯୋଜନା କରିଥିଲେ ।

hiranchal ad1
Leave A Reply

Your email address will not be published.

5 + four =