ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଜୁ ଛାତ୍ର ଜନତା ଦଳର ସଦସ୍ୟ

0 65

ପୁରୀ: ସମଗ୍ର ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ୫-ଟି ଯୋଜନାରେ ସ୍କୁଲ୍‌, କଲେଜ ଗୁଡିକର ରୂପାନ୍ତରଣ କାର୍ଯ୍ୟ ଚାଲିଛି । ପୁରୀ ଜିଲ୍ଲା ର ୩୮ ଟି କଲେଜ କୁ ୫ଟି ଯୋଜନାରେ ରୂପାନ୍ତରଣ ନେଇ ରାଜ୍ୟ ସରକାର ୨୭ କୋଟି ଟଂକା ମଞ୍ଜୁର କରିଛନ୍ତି । ପୁରୀର ପୁରାତନ କଲେଜ ଏସସିଏସ କଲେଜ ମଧ୍ୟ ଏହାର ଅନ୍ତର୍ଭୁକ୍ତ ଅଛି । ଏହାକୁ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ ସ୍ୱାଗତ ପ୍ରଶଂସା କରିବା ସହ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ର ଛାତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି । ୫-ଟି ଯୋଜନାରେ ଏସସିଏସ କଲେଜର ଶିକ୍ଷା ଭିତ୍ତିଭୂମି ବେଶ୍‌ ଉନ୍ନତି ହେବ । ଉନ୍ନତ ମାନର ସ୍ମାର୍ଟ କ୍ଲାସ ରୁମ୍‌, ଲ୍ୟାବ, ଲାଇବ୍ରେରୀ, ଖେଳ ପଡିଆ ସହ ଆନୁସାଙ୍ଗିକ ଉନ୍ନତିକରଣ କରାଯିବ । ଏହା ଦ୍ୱରା ଶିକ୍ଷା ର ଭିତ୍ତିଭୂମି ବଢିବା ସହ ଛାତ୍ର ଛାତ୍ରୀଙ୍କ ଉନ୍ନତି ହୋଇପାରିବ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଭଳି ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେଉଛନ୍ତି ତାହାକୁ ପୁରୀ ଏସସିଏସ କଲେଜର ଛାତ୍ରଛାତ୍ରୀ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି । ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜନ ହୋଇଥିବା ଧନ୍ୟବାଦ୍‌ ଅର୍ପଣ କାର୍ଯ୍ୟକ୍ରମରେ କଲେଜ ବହୁ ଛାତ୍ରଛାତ୍ରୀ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ ।

hiring

hiranchal ad1
Leave A Reply

Your email address will not be published.

14 − five =