ପୁରୀ ଜିଲ୍ଲା ସ୍କୁଲ୍‌ରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

0 90

ପୁରୀ : ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ସ୍କୁଲ୍‌ ଠାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏହା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ପରିବହନ ପ୍ରାଧିକରଣ ଦ୍ୱାରା ପ୍ରସ୍ତୁତ ହୋଇଥିବା ଛୋଟ ଛୋଟ ସଚେତନତା ବାର୍ତ୍ତା ମୂଳକ ଭିଡିଓମାନ ସ୍ମାର୍ଟ କ୍ଲାସ୍‌ ରୁମ୍‌ରେ ପିଲାମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ରବିନ୍‌ ପଟ୍ଟନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଆଇନ୍‌ କାନୁନ୍‌ ସମ୍ବନ୍ଧରେ ବୁଝାଇବା ସହ ରାସ୍ତାଘାଟର କିପରି ସୁରକ୍ଷିତ ଭାବେ ଯାତ୍ରା କରିପାରିବା ସେ ବିଷୟରେ ବୁଝାଇଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ବନ୍ଧିତ ଏକ ପଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆସୋସିଏସନ୍‌ ଅଫ୍‌ ଟୁଇଟର ଆକ୍ଟିଭିଷ୍ଟର ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × 3 =