ସ୍ୱାୟତ୍ତ ଶାସନ ଦିବସ ଅବସରରେ ରକ୍ତଦାନ ଶିବିର

0 80

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ମୁଖ୍ୟାଳୟରେ ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ରକ୍ତଦାନ ଶିବିର, ଭତ୍ତା ବଣ୍ଟନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ କାର୍ଯ୍ୟାଦେଶ ବଣ୍ଟନ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଗରିମାମୟ ରକ୍ତଦାନ ଶିବିରରେ ନିଗମ କର୍ମଚାରୀଙ୍କ ସହିତ ଅନେକ ସ୍ଥାନୀୟ ସ୍ୱେଚ୍ଛାସେବୀ ମାନେ ଆସି ରକ୍ତଦାନ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ ବଣ୍ଟନ ସହ ଭତ୍ତା ପାଉଥିବା ଅନେକ ହିତାଧିକାରୀ ଆସି ଲାଭାନ୍ୱିତ ହୋଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ନିଗମ ଆୟୁକ୍ତ ବେଦଭୂଷଣ ନିଜେ ତଦାରଖ କରିବା ସହିତ ଯଥାସମ୍ଭବ ସାମିଲ ହୋଇଥିଲେ ।ଏଥର ନିଜସ୍ୱ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ ରକ୍ତଦାନ କରିପାରି ନ ଥିବାରୁ ସେ ଅନୁତାପ ସହିତ କହିଛନ୍ତି ଯେ ଏଇ ମାସେ ପୂର୍ବରୁ ରକ୍ତଦାନ କରିଥିବାରୁ ତାଙ୍କୁ ବାରଣ କରାଯାଇଛି । ଆଜିକାର ଏହି କାର୍ଯ୍ୟକ୍ରମରେ ଆୟୁକ୍ତ ବେଦ ଭୂଷଣ, ଉପାୟୁକ୍ତ ଉମାଶଙ୍କର ପ୍ରସାଦ ସାହୁ, ସୀମା ସବିତା କୁଲ୍ଲୁ, ଅତାସି ପରିଡ଼ା, ସହକାରୀ ଆୟୁକ୍ତ ଅଶୋକ କୁମାର ମିଶ୍ର, କର୍ଣ୍ଣ ସୁନା, ପ୍ରବର୍ତ୍ତନ ଅଧିକାରୀ ଶୁଭଙ୍କର ମହାନ୍ତି, ମୁଖ୍ୟ ସହାୟକ ପ୍ରଭାତ ବେହେରା, ବରିଷ୍ଠ ସହାୟକ ମହାବୀର ମେହେର ଏବଂ ସମସ୍ତ କର୍ମଚାରୀବୃନ୍ଦ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

fifteen − 12 =