ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ , ପୁରୀ ରେ ନୂତନ ଶିକ୍ଷାନୀତି ଓ ନାକ୍ ଉପରେ ଆଲୋଚନା

0 108

ପୁରୀ: ସ୍ଥାନୀୟ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ଦୁଇ ଦିନ ବ୍ୟାପୀ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି l ତl ୨୮.୪.୨୦୨୩ ରିଖରେ ନୂତନ ଶିକ୍ଷାନୀତି ୨୦୨୦ ରେ ସଂସ୍କୃତ ଭାଷା ଓ ସାହିତ୍ୟର ସ୍ଥାନ ଶୀର୍ଷକ ଆଲୋଚନା ହୋଇଥିବା ବେଳେ ଏହାର ଆଧାରରେ ପାଠ୍ୟକ୍ରମର ନିର୍ମାଣ କୌଶଳ ଉପରେ ମଧ୍ୟ ବିଶେଷ ଚର୍ଚ୍ଚା ହୋଇଥିଲା । ପୁଣି ରାଷ୍ଟ୍ରୀୟ ମୂଲ୍ୟାଙ୍କନ ପ୍ରତ୍ୟାୟନ ପରିଷଦ NAAC ରେ ବିଶ୍ଵବିଦ୍ୟାଳୟର ମାନ ବୃଦ୍ଧି ପାଇଁ କିଭଳି କୌଶଳ ଅବଲମ୍ବନ କରିବାକୁ ହେବ ସେ ବିଷୟରେ ଆଲୋଚନା ହୋଇଥିଲା l ଗୁଜୁରାଟର ସୋମନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଲଳିତ କୁମାର ପଟେଲ ଏହି କାର୍ଯ୍ୟଶାଳାର ମୁଖ୍ୟ ଥିଲେ । ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା ରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସ୍ନା୍ତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଦୁଇ ଦିନିଆ କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ଇକାକ୍ ନିର୍ଦ୍ଦେଶକ ଡ଼ା ଜୟମନିକ୍ୟ ଶାସ୍ତ୍ରୀ ଅତିଥି ପରିଚୟ ଓ ଆଲୋଚନାର ଉଦ୍ଦେଶ୍ୟ କହିଥିବା ବେଳେ ଡ଼ ପ୍ରିୟବ୍ରତ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ । ପରିଶେଷରେ ଶିକ୍ଷା ଶାସ୍ତ୍ରୀ ବିଭାଗର ଅଧ୍ୟକ୍ଷ ଡ ଲକ୍ଷ୍ମୀଧର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ l

hiranchal ad1
Leave A Reply

Your email address will not be published.

nine + eleven =