କୂଅରୁ ହାତୀ ଶାବକ ଉଦ୍ଧାର

0 35

ସମ୍ବଲପୁର: ବାଟବଣା ହୋଇ ଗୋଟିଏ ମାଈ ହାତୀ ତାର ଶାବକ ସହିତ ଗାଁ ପାଖକୁ ଚାଲି ଆସିଥିଲା ଓ ଗାଁ ମୁଣ୍ଡ ଏକ କଚ୍ଚା କୂଅରେ ଶାବକଟି ଖସି ପଡିଥିଲା । ସେଥିରୁ ନିଜ ଶାବକକୁ ଉଦ୍ଧାର ପାଇଁ ମା ହାତୀର ବିକଳ ପ୍ରଚେଷ୍ଟା ଗାଁ ବାସୀଙ୍କୁ ଭୟଭୀତ କରି ଦେଇଥିଲା ଓ ପରିଶେଷରେ ତାକୁ ଘଉଡ଼ାଇ ଶାବକକୁ ଉଦ୍ଧାର କରାଗଲା । ଏହି ଉଦ୍ଧାର କାର୍ଯ୍ୟ ସମୟରେ ଏହି ହାତୀ ଶାବକ କବଳରୁ ଜଣେ ବାଳକ ଅଳ୍ପକେ ବର୍ତ୍ତି ଯାଇଛି । ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଯୁଯୋମୁରା ବ୍ଲକର ବିରସିଙ୍ଗଗଡ ପଞ୍ଚାୟତର ବସିଆପଡାର ଆନନ୍ଦ ବିଶ୍ୱାଳଙ୍କ କୂଅରେ ମା ସହ ଥିବା ଏକ ହାତୀ ଶାବକ ମଧ୍ୟରାତ୍ରରେ ଗଳି ପଡିଥିଲା । ହାତୀର ଚିତ୍କାର ଶୁଣି ଗାଁ ଲୋକ ଏହା ଜାଣିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଗତକାଲି ସକାଳୁ ପ୍ରବଳ ବର୍ଷା ହେବା ସତ୍ତେ୍ୱ୍ୱ ବନବିଭାଗ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀ ଶାବକକୁ କୂଅ ଭିତରୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ମାଈ ହାତୀର ଉପସ୍ଥିତି ଯୋଗୁଁ ଏଥିରେ ବିଳମ୍ଭ ହୋଇଥିଲା । ସକାଳ ହେବାରୁ ମାଈ ହାତୀକୁ ଜଙ୍ଗଳକୁ ଘଉଡାଇ କୂଅ ଭିତରୁ ହାତୀ ଶାବକକୁ ଉଦ୍ଧାର କରାଯାଇଥିଲା । ବନ ବିଭାଗ ଓ ଅଗ୍ନିଶମ ବିଭାଗର ବାରଣ ସତ୍ତେ୍ୱ ଲୋକ ରୁଣ୍ଡ କାରଣରୁ ହାତୀ ଯିବାକୁ ବାଟ ପାଉନଥାଏ । ଲୋକଙ୍କ ପାଟିତୁଣ୍ଡ ଶୁଣି ହାତୀ ଜଙ୍ଗଲ ମୁହାଁ ହେଲା ବେଳକୁ ଜଣେ ଛୋଟ ବାଳକ ହାତୀ ମୁହଁରେ ପଡିଥିଲେ । ସ୍ଥାନୀୟ ଲୋକେ ହାତୀ ଘଉଡାଇବା ଯୋଗୁଁ ଶୁଣ୍ଡରେ ମାଡ ଖାଇବା ସତ୍ତେ୍ୱ୍ୱ ବାଳକଟି ଅଳ୍ପକେ ବର୍ତ୍ତିଯାଇଛି । ତେବେ ଅନବରତ ବର୍ଷା ସତ୍ତେ୍ୱ ବନ ବିଭାଗ ଓ ଅଗ୍ନିଶମ ବିଭାଗଙ୍କ ଉଦ୍ଧାର କାର୍ଯ୍ୟକୁ ସବୁଠି ପ୍ରଶଂସା କରାଯାଉଛି ।

hiranchal ad1
Leave A Reply

Your email address will not be published.

17 − 1 =