ପାତାଳି ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ଦର୍ଶନରୁ ୫-ଟି ସଚିବ ପାଣ୍ଡିଆନ ଆରମ୍ଭ କଲେ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

0 305

ସୁବର୍ଣ୍ଣପୁର: ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି କେ ପାଣ୍ଡିଆନ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ପ୍ରଥମେ ସକାଳ ୯ଘଣ୍ଟାରେ ଜିଲ୍ଲାର ପ୍ରସିଦ୍ଧ ତଥା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାତାଳି ଶ୍ରୀକ୍ଷେତ୍ରରେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ । ପ୍ରଥମେ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରି ସେଠାରେ ସେ ସେବାୟତ ମାନଙ୍କ ସହ କଥାବାର୍ତ୍ତା କରିଥିଲେ । ସେଠାରେ ପାତାଳି ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ କରାଯିବା ସହ ସମଗ୍ର ପାତାଳି ଶ୍ରୀକ୍ଷେତ୍ରର ପାରିପାର୍ଶ୍ୱିକ ଉନ୍ନତି ସହ ସେଠାରେ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେ ମଧ୍ୟ ସେଠାରେ ଉପସ୍ଥିତ ଥିବା ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କୁ ଶୀଘ୍ର ଡିପିଆର୍‌ ପ୍ରସ୍ତୁତ କରି ପଠାଇବାକୁ କହିଥିଲେ । ଆନୁସଙ୍ଗିକ କିଛି କାମ ପରେ ଖୁବ ଶୀଘ୍ର ଏହି ପୀଠର ଉନ୍ନୟନ କାମ ଆରମ୍ଭ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ପରେ ସେ ସେଠାକାର ବୌଦ୍ଧିକ ମଣ୍ଡପରେ ଉପସ୍ଥିତ ଜନତା ତଥା ମାଁ ମାନଙ୍କୁ ସମ୍ବୋଧିତ କରି ଏହି ପବିତ୍ର ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ମତେ ଏଠାକୁ ପଠାଇଛନ୍ତି, ଖୁବଶୀଘ୍ର ଏହି ପୀଠର ବିକାଶ କରାଯିବ ବୋଲି କହିଥିଲେ । ପରେ ଉଲୁଣ୍ଡା ଯାଇ ସେଠାରେ ଉପସ୍ଥିତ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ତାଙ୍କର ହାଲଚାଲ ବୁଝିବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ବୋଲି କହି ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟକ୍ରମ ସବୁର ସଫଳତା ଆପଣମାନେ କେମିତି ପାଉଛନ୍ତି ବୋଲି ଉପସ୍ଥିତ ମାଁ ମାନଙ୍କୁ ସିଧାସଳଖ ପ୍ରଶ୍ନ ପଚାରିଥିଲେ । ସେଠାରୁ ସେ ଚଡେଇପଙ୍କଠାରେ ମେଗାଲିଫ୍ଟ ପରିଦର୍ଶନ କରିବାକୁ ଯାଇଥିଲେ । ପରେ ବିନିକାର ପାପକ୍ଷୟ ଘାଟ, ଭୀମଭୋଇ ସମଧିପୀଠ ଖଲିଆପାଲି, ସାଗରପାଲି ସ୍ଥିତ ୫-ଟିରେ ଅନ୍ତର୍ଭୁକ୍ତ ଥିବା ଗଙ୍ଗାଧର ହାଇସ୍କୁଲ ପରିଦର୍ଶନ କରିଥିଲେ । ପରେ ମୁକୁନ୍ଦପୁର ସ୍ଥିତ ଆଶ୍ରମ ସ୍କୁଲରେ ମଧ୍ୟାହ୍ନ ଭୋଜନ କରି ଡୁଙ୍ଗରିପାଲିର ସହେଲାରେ ଜନସାଧାରଣଙ୍କ ସହ ଭାବବିନିମୟ କରିବେ ପରେ ସୋନପୁର ସହରରେ ରାମେଶ୍ୱର ଘାଟ,ସୁରେଶ୍ୱରୀ ମନ୍ଦିର, ସୁବର୍ଣ୍ଣମେରୁ ମନ୍ଦିର, ରିଂରୋଡ୍‌, ଏମସିଏଚ୍‌, ବଡ଼ଝିଙ୍କି ଠାରେ ନିର୍ମାଣଧିନ ଥିବା ଟେକ୍ସଟାଇଲହବ୍‌ ସହ ବିଭିନ୍ନ ଉନ୍ନୟନ ମୂଳକକାମ ପରିଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ସର୍କିଟ ହାଉସରେ ରାତ୍ରିଯାପନ କରି ଆସନ୍ତା କାଲି ବୌଦ୍ଧ ଜିଲ୍ଲା ଗସ୍ତରେ ଯିବେ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

three + 1 =