ଗୋବର୍ଦ୍ଧନ ମଠରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ ପାଳିତ

0 59

ପୁରୀ : ଭଗବତ୍‌ ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ପୁରୀ ଗୋବର୍ଦ୍ଧନମଠ ଶଙ୍କରାଚାର୍ଯ୍ୟ ପୀଠରେ ଆଷାଢ଼ ପୂର୍ଣ୍ଣିମାରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ ପାରମ୍ପରିକ ରୀତିନୀତିରେ ମହା ଆଡ଼ମ୍ବରରେ ପାଳିତ ହୋଇଛି । ପ୍ରାତଃ ୮ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ପୀଠର ଆଚାର୍ଯ୍ୟ ଓ ପୂର୍ବାଚାର୍ଯ୍ୟମାନଙ୍କର ପୂଜନ ସ୍ୱାମୀ ନିର୍ବିକଳ୍ପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ସମ୍ପନ୍ନ ହେବାପରେ ଦିନ ୧୦ଟା ଠାରୁ ଭକ୍ତମାନଙ୍କ ଦ୍ୱାରା ପୀଠାଧିଶ୍ୱର ପୂଜ୍ୟ ୧୪୫ତମ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୫ ଘଟିକାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ଭଗବତ୍ପାଦ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କ ପୌରୋହିତ୍ୟରେ ଗୋବର୍ଦ୍ଧନମଠ ସତ୍ସଙ୍ଗ ଭବନରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଥିଲା । ପୁରୀ ଗୋବର୍ଦ୍ଧନ ମଠ ପରିସରରେ ପବିତ୍ର ଗୁରୁପୂର୍ଣ୍ଣମୀ ଭକ୍ତିପୂତ ପରିବେଶ ମଧ୍ୟରେ ପାଳିତ ହୋଇଛି । ଗୁରୁପୂର୍ଣ୍ଣିମାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି ମହର୍ଷି ବ୍ୟାସଙ୍କ ଆଶୀର୍ବାଦରୁ ସମଗ୍ର ବିଶ୍ୱ ଓ ରାଷ୍ଟ୍ରର କଲ୍ୟାଣ ହେଉ । ମାନ୍ୟବର ସୁପ୍ରିମକୋର୍ଟ ଶ୍ରୀମନ୍ଦିରର ଧାର୍ମିକ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଗ୍ରହଣ କରିବା ପାଇଁ କହିଛନ୍ତି । ତେଣୁ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ମୋ ନିକଟକୁ ଆସିଲେ ମୁଁ ଉଚିତ୍‌ ପରାମର୍ଶ ଦେବି ବୋଲି କହିଛନ୍ତି ଜଗଦଗୁରୁ ଶଂକରାଚାର୍ଯ୍ୟ । ସେହିପରି ଭାରତର ସନାତନ ହିନ୍ଦୁ ଧର୍ମକୁ ସାରା ବିଶ୍ୱରେ ଅଧିକ ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ବ୍ୟକ୍ତି ଆଗେଇ ଆସିବାକୁ ଶଙ୍କରାଚାର୍ଯ୍ୟ ଆହ୍ୱାନ ଦେଇଥିଲେ । ସେପଟେ ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଭକ୍ତ ମାନେ ଜଗତଗୁରୁଙ୍କୁ ପୂଜା କରିବା ସହ ଆଶିର୍ବାଦ ନେଇ ନିଜକୁ ଧନ୍ୟ ମଣିଥିଲେ ।

hiranchal ad1
Leave A Reply

Your email address will not be published.

nine + 11 =