ନବରଙ୍ଗପୁର ଲାୟନ୍ସ କ୍ଲବର ନୂତନ କର୍ମକର୍ତ୍ତା ଚୟନ,ଜଗନ୍ନାଥ ମହାପାତ୍ର ପଞ୍ଚମ ଥର ପାଇଁ ସଭାପତି ମନୋନୀତ

0 52

ନବରଙ୍ଗପୁର :- ନବରଙ୍ଗପୁର ଲାୟନ୍ସ କ୍ଲବ ଇଣ୍ଟର ନ୍ୟାସନାଲର ଲାୟନ ଷ୍ଟିକ ବର୍ଷ ୨୦୨୩-୨୪ ପାଇଁ ନୂତନ କର୍ମକର୍ତ୍ତା ଚୟନ ସ୍ଥାନୀୟ ତୃପ୍ଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ନବରଙ୍ଗପୁରର ବିଶିଷ୍ଟ ସମାଜସେବୀ ତଥା ଅନୁଷ୍ଠାନର ସଭାପତି ଲାୟନ ଜଗନ୍ନାଥ ମହାପାତ୍ର ସର୍ବସମ୍ମତି କ୍ରମେ ନିଦ୍ୱର୍ନ୍ଦରେ ପୁନର୍ବାର ସଭାପତି ରୂପେ ମନୋନିତ ହୋଇଛନ୍ତି । ତତ୍‌ ସହିତ ଲାୟନ ଭୁବନେଶ୍ୱର ସୁର ସମ୍ପାଦକ, ଲାୟନ ବିଜୟ ଜୈନ କୋଷାଧ୍ୟକ୍ଷ, ଲାୟନ ପି. ଏସ. ଶେଖର ଓ ଲାୟନ୍‌ ନନ୍ଦିକେଶ୍ୱର୍‌ ରଓଙ୍କୁ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ଉପସଭାପତି ଭାବେ ମନୋନୀତ କରାଯାଇଅଛି । ନବନିର୍ବଚିତ ପ୍ରତିନିଧି ମାନଙ୍କୁ କ୍ଲବର ଡାଇରେକ୍ଟର ଡ. ଧନଞ୍ଜୟ ପଟ୍ଟନାୟକ, ଲାୟନ ଶ୍ରୀକାନ୍ତ ମହାନ୍ତି, ଲାୟନ ପି.ଏଲ୍‌. ମୂର୍ତ୍ତୀ, ଲାୟାନ ଦିଲ୍ଲିପ ଦାସ, ଲାୟନ ଅଖିଳ କୁମାର ଭଟ୍ଟ, ଲାୟାନ ଡିଏମପି ବିକାଶ ଦାଶ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ନୂତନ ଭାବେ ମନୋନିତ କର୍ମକର୍ତ୍ତାମାନେ ପୂର୍ବବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଅନେକ କାର୍ଯ୍ୟକ୍ରମ ଆୟୋଜନ କରି ଅନୁଷ୍ଠାନର ଗୌରବ ବୃଦ୍ଧି କରିବା ପାଇଁ ସଂକଳ୍ପ ନେଇଥିଲେ ।

hiranchal ad1
Leave A Reply

Your email address will not be published.

7 + one =