ପାରଳା ବିଦ୍ୟୁତ କର୍ମଚାରୀଙ୍କ କଳା ବ୍ୟାଚ ପରିଧାନ

0 82

ପାରଳାଖେମୁଣ୍ଡି : ପାରଳା ବିଦ୍ୟୁତ ଡିଭିଜନ ଅଧୀନରେ ଥିବା ୧୫୦ ଜଣ କର୍ମଚାରୀ ଗତକାଲି ଠାରୁ କଳା ବ୍ୟାଚ ପରିଧାନ କରି ସେମାନଙ୍କ ବିଭିନ୍ନ ଦାବି ପୂରଣ ପାଇଁ ଦାବି ଜଣାଇଛନ୍ତି । ୧୪, ୨୦୨୦ ମସିହା ଠାରୁ କର୍ମଚାରୀଙ୍କ ମଜୁରି ନିର୍ଦ୍ଧାରଣ କରାଯାଇନଥିବାରୁ ପ୍ରତ୍ୟେକ କର୍ମଚାରୀ ଠିକ ଭାବେ ଦରମା ପାଉ ନାହାନ୍ତି । ବିଦ୍ୟୁତ ବିଭାଗର କାର୍ଯ୍ୟରତ ବୈଷୟିକ କର୍ମଚାରୀମାନଙ୍କୁ କିରାଣୀ ମାନଙ୍କ ଭଳି ସମାନ ଦରମା ପ୍ରଦାନ କରିବା ପାଇଁ ଏମାନେ ଦାବି ଜଣାଇଛନ୍ତି । ସେହିପରି ଗଜପତି ଜିଲାରେ କାର୍ଯ୍ୟରତ ୪୫୦ ଜଣ ଆଉଟସୋର୍ସିଂ କର୍ମଚାରୀମାନେ ୮ ରୁ ୧୦ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ ସୁଦ୍ଧା ସେମାନଙ୍କୁ ରେଗୁଲାର କରାଯାଉନାହିଁ କିମ୍ବା ସେମାନଙ୍କୁ ଇଏସଆଇ, ପିଏଫ ମଧ୍ୟ ପ୍ରଦାନ କରାଯାଉନାହିଁ । କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ସମସ୍ତ ଦାବିଗୁଡିକୁ ପୂରଣ କରାଯାଉ ବୋଲି କର୍ମଚାରୀ ସଂଘର ସଂପାଦକ ଗଜେନ୍ଦ୍ର ପାଳ ଦାବି ଜଣାଇବା ସହ କହିଛନ୍ତି । ଆଗାମୀ ୧୬ ତାରିଖ ଦିନ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ କଳା ବ୍ୟାଚ ପରିଧାନ କରି ବିଭାଗୀୟ ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିବେ ।୧୬ ତାରିଖ ପରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଗଲେ ସଂଘର ନିଷ୍ପତ୍ତି ଅନୁଯାୟୀ ବିହିତ ନିର୍ଣ୍ଣୟ ଗ୍ରହଣ କରାଯିବ ।

hiranchal ad1
Leave A Reply

Your email address will not be published.

five × 1 =