୮୭ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

0 57

ପୁରୀ :ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ବେଣିପୁର ମା’ ବେଲେଶ୍ୱରୀ ମନ୍ଦିର ନିକଟରେ ଚଢ଼ାଉ କରି ଦୁଃଶାସନ ସ୍ୱାଇ(୩୮) ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ସେ ନିଶା ଚୋରା ଚାଲାଣରେ ବ୍ୟବହୃତ କରିଥିବା Hero Honda CD Deluxe Registration No-OR 13G 2517 ସହ ତାଙ୍କ ନିକଟରୁ ୮୭ ଗ୍ରାମ ବ୍ରାଉନ ସୁଗାର (ହେରୋଇନ )ଜବତ କରାଯାଇଛି । ଅଭିଯୁକ୍ତକୁ କୋଣାର୍କ ଅବକାରୀ ଥାନା କେସ ନଂ :- ୨୧/୨୩-୨୪ରେ କୋର୍ଟ ଚାଲାଣ କରାଯାଇଥିବ ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କାରାଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୮,୭୦,୦୦୦ ଟଙ୍କାରୁ ଉଦ୍ଧ୍ୱର୍ ହେବ । ଏହି ଚଢ଼ାଉରେ ଅବକାରୀ ଏଏସ୍‌ଆଇ ଲୋକନାଥ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ନାଏକ, ବିଶ୍ୱଜିତ ମହାପାତ୍ର, ସ୍ୱାଗତିକା ଘଡେଇ, ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

eleven − 10 =