ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୩ ଘଣ୍ଟା ଧରି ରାସ୍ତା ଅବରୋଧ

0 442

ଦଶପଲ୍ଲା : ଆଜି ମଧ୍ୟାହ୍ନ ସକାଳ ୬ ଘଟିକା ସମୟରେ ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଚୁମୁକି ହୋଟେଲ୍‌ ନିକଟସ୍ଥ ଖଳଖଳା ନାଳ ଉପରେ ଏକ ମାଲ୍‌ ବୋଝେଇ କଣ୍ଟେନର ଓଲଟି ପଡିବା ଯୋଗୁଁ ଗାଡି ଚାଳକ ଆହତ ହୋଇଛି । ଗାଡିଟି ଖଳଖଳା ପୋଲ ଉପରେ ଓଲଟି ପଡିବା ଯୋଗୁଁ ୫୭ ନଂ ଜାତୀୟ ରାଜପଥ ସକାଳ ୬ ଘଟିକା ଠାରୁ ଦିବା ୯ ଘଟିକା ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ୱରେ ହଜାର ହଜାର ଗାଡ଼ି ଅଟକି ରହିଥିଲା । ସ୍ଥାନୀୟ ପୋଲିସ ଓ ଡ୍ରାଇଭର ମହାସଂଘର ହସ୍ତକ୍ଷେପ ପରେ କଣ୍ଟେନର ହଟିଲାପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା ।

hiranchal ad1
Leave A Reply

Your email address will not be published.

eight + 6 =