ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଆଗେଇ ପାରୁନି ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତା

0 112

ଜହ୍ନାପଙ୍କ :ରାସ୍ତା ଉନ୍ନତିକରଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ରାସ୍ତା ଦ୍ୱାରା କ୍ଷତିଗ୍ରସ୍ତ ଜମି ମାଲିକଙ୍କୁ ଆବଶ୍ୟକ କ୍ଷତିପୂରଣ ଦେଇନଥିବାରୁ ରାସ୍ତା ଆରମ୍ଭରୁ ବିବାଦ ଦେଖା ଦେଇଛି । ଏଭଳି ଏକ ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାର ବିରିଗଡ଼ ଗ୍ରାମ ଉନ୍ନୟନ ରାସ୍ତାରୁ ଟିକରପଡ଼ା, ବୁରଗୁରା,ବରପଦର ରାସ୍ତାର ଉନ୍ନତି କରଣ ରାସ୍ତାରେ । ସୂଚନାମତେ ବୌଦ୍ଧ ଜିଲ୍ଲାର ବିରିଗଡ଼ ଗ୍ରାମ ଉନ୍ନୟନ ରାସ୍ତାରୁ ଟିକରପଡା-ବରପଦର ରାସ୍ତାର ଉନ୍ନତିକରଣ ପାଇଁ ବୌଦ୍ଧର ଜୈନିକ ଠିକାଦାର ଏହାକୁ ପ୍ରାୟ ତିନି କୋଟି ଟଙ୍କାରେ ଟେଣ୍ଡର ନେଇଥିଲେ ଏବଂ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଏହି ରାସ୍ତା ନିର୍ମାଣ ଦ୍ୱାରା ସମ୍ପୃକ୍ତ ଗ୍ରାମବାସୀଙ୍କ କେତେକ ଜମି ଯାଉଥିବାରୁ ଏବଂ କ୍ଷତିପୂରାଣ ଦେଇ ନଥିବାରୁ ସେମାନେ ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରିବା ସହିତ କାମ ବନ୍ଦ କରିଛନ୍ତି । ସୂଚନାଯୋଗ୍ୟ ଯେ ପ୍ରଥମେ ଜିଲ୍ଲା ପ୍ରଶାସନ ରାସ୍ତା ନିର୍ମାଣରେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଚିହ୍ନଟ କରାଯାଇ ଜମି ହରାଉଥିବା ମାଲିକଙ୍କୁ ଆବଶ୍ୟକ କ୍ଷତି ପୂରଣ ଦେବା ପରେ କାର୍ଯ୍ୟ ଆରମ୍ଭ କରିବା କଥା । କିନ୍ତୁ କ୍ଷତି ପୂରଣ ଦେଇନଥିବାରୁ ଗ୍ରାମବାସୀ ରାସ୍ତା କାମକୁ ବିରୋଧ କରୁଥିବାରୁ ରାସ୍ତା ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ବନ୍ଦ ରହିଛି । ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ସମାଧାନ କରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × two =