୬ ଦିନ ହେଲା ବିଚ୍ଛିନ୍ନ ହୋଇ ରହିଛି ସମ୍ବଲପୁର-ସୋନପୁର ସଡ଼କମାର୍ଗ

0 151

ସମ୍ବଲପୁର: ଗତ ଶନିବାର ଅଗଷ୍ଟ ୧୩ ମୋର ୫’ଟାରୁ ଲଗାଣ ବର୍ଷା ପରଠାରୁ ସ୍ଥାନୀୟ ମାଲତୀ ଯୋର ଉପରେ ନିର୍ମିତ ଗୁଣ୍ଡେରପୁର ଚେପଟି ପୋଲ ଉପରେ ଜଳପ୍ରବାହ ଯୋଗୁଁ ଯାତାୟାତ ବନ୍ଦ ରହିଛି । ଇତିମଧ୍ୟରେ ହୀରାକୁଦରୁ ୪୦ଟି ଗେଟ ଖୋଲି ବନ୍ୟାଜଳ ନିଷ୍କାସନ ଫଳରେ ବର୍ତ୍ତମାନ ସେଠାରେ ପାଞ୍ଚ ଫୁଟ ପର୍ଯ୍ୟନ୍ତ ମହାନଦୀର ପଛୁଆ ପାଣି ମାଡି ରହିଛି । ଏହି ସଡ଼କ ବାଟରେ ସମ୍ବଲପୁରରୁ ସୋନପୁରକୁ ଯାତାୟାତ ହେଉଥିବାରୁ ତାହା ନିଶ୍ଚିତ ରୂପେ ପ୍ରଭାବିତ ହୋଇଛି ଓ ଲୋକେ ବିକଳ୍ପ ମାର୍ଗରୂପେ ଏଠାରୁ ମାନେଶ୍ୱର ଦେଇ ଯିବାଆସିବା କରୁଛନ୍ତି । ସ୍ଥାନୀୟ ଭାଷାରେ “ରପ୍ଟା ପୁଲିଆ’ ରୂପେ ପରିଚିତ ଏହି ପୋଲର ଉଚ୍ଚତା ବୃଦ୍ଧି ଓ ପ୍ରଶସ୍ତ କରିବା ପାଇଁ ଅନେକ ଦିନରୁ ଦାବି ରହି ଆସିଥିଲେ ସୁଦ୍ଧା ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି ।

hiranchal ad1
Leave A Reply

Your email address will not be published.

18 − eight =