ପୁରୀ ସମୁଦ୍ରରେ ଅଘଟଣ, ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ

0 78

ପୁରୀ: ପୁରୀ ସମୁଦ୍ରରେ ଅଘଟଣ । ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ। ଜଣେ ପର୍ଯ୍ୟଟକ ଗୁରୁତର ଆହତ ହୋଇ ପୁରୀ ବଡଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପଶ୍ଚିମବଙ୍ଗର ୫ଜଣ ପର୍ଯ୍ୟଟକ ୧୩ନଂ ସେକ୍ଟରରେ ସ୍ନାନ କରୁଥିବା ସମୟରେ ହଠାତ ଏକ ବଡ ଲହଡିରେ ଭାସିଗଲେ ତିନିଜଣ ପର୍ଯ୍ୟଟକ । ଜଣଙ୍କୁ ଉଦ୍ଧାର କରିବାରେ ସମର୍ଥ ହେଲେ ଲାଇଫଗାର୍ଡ କର୍ମଚାରୀ । ଦୁଇ ଜଣ କିଛି ସମୟ ପରେ ଭାସି ଭାସି କୂଳେ ଲାଗିଲେ ତାଙ୍କୁ ତୁରନ୍ତ ପୁରୀ ବଡ ଡାକ୍ତରଖାନାରେ ଭର୍ତ୍ତି କରାଗଲା, ମାତ୍ର ଦୁଇ ପର୍ଯ୍ୟଟକଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଅନ୍ୟ ଜଣେ ପର୍ଯ୍ୟଟକ ସୁନିଲ ଶେଖର ଗୁରୁତର ଅବସ୍ଥାରେ ପୁରୀ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ପରିବାର ଆସି ପହଞ୍ଚିଛନ୍ତି । ତେବେ ସମୁଦ୍ରକୂଳ ଥାନା, ବଳିଆପଣ୍ଡା ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

hiranchal ad1
Leave A Reply

Your email address will not be published.

4 × 4 =