ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ଜବତ,ମାଫିଆ ଫେରାର

0 44

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡ଼ି ବସିଲା ପୋଲିସ୍‌ । ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ପୋଲିସ୍‌ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ପାଞ୍ଚଜଣ ମାଫିଆ ଚମ୍ପଟ ମାରିଥିବା ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି । ସୂଚନା ପ୍ରକାରେ ବାଲିଗୁଡ଼ା ଥାନା ଅଞ୍ଚଳରେ ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ଚାଷ ହୋଇଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରର ଗଞ୍ଜେଇ ମାଫିଆ ବାଲିଗୁଡ଼ା ଅଞ୍ଚଳକୁ ଆସି ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । କିନ୍ତୁ ଅଞ୍ଚଳରୁ ଗଞ୍ଜେଇ ଚାଷ ନଷ୍ଟ କରିବା ସହ ଗଞ୍ଜେଇ ଚୋରା ଚାଲାଣ ରୋକିବା ଏବଂ ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ଜୋର୍‌ଦାର ଉଦ୍ୟମ ଜାରି ରଖିଛି ବାଲିଗୁଡ଼ା ପୋଲିସ୍‌ । ଏଭଳି ସ୍ଥିତିରେ ପୋଲିସ୍‌ ପେଟ୍ରୋଲିଂ କରୁଥିବା ସମୟରେ ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତର ଅଣ୍ଡାରିଗାଁ ନିକଟସ୍ଥ ଜଙ୍ଗଲରେ ଚୋରା ଚାଲାଣ ପାଇଁ ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ଗଚ୍ଛିତ ଥିବା ଖବର ପାଇଥିଲେ ଟିମ୍‌ । ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନିର୍ଦ୍ଦେଶକ୍ରମେ ସଦଳବଳେ ଘଟଣାସ୍ଥଳରେ ପହଁଚିଥିଲା ଟିମ୍‌ । ପୋଲିସକୁ ଦେଖି ପାଞ୍ଚଜଣ ଗଞ୍ଜେଇ ମାଫିଆ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ସେଠାରୁ ୭୫୨କେଜି ୪୫୦ ଗ୍ରାମ ବେଆଇନ୍‌ ଗଞ୍ଜେଇ ଜବତ କରିଛି ପୋଲିସ୍‌ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ଚାରି ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ସେପଟେ ଏନେଇ ବାଲିଗୁଡ଼ା ଥାନା କେଶ୍‌ ନଂ ୧୧୬/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛନ୍ତି ଥାନା ଅଧିକାରୀ ବାବାଶଙ୍କର ସରାଫ୍‌ ।

hiranchal ad1
Leave A Reply

Your email address will not be published.

18 + fifteen =