ବିଶ୍ୱ ମିତବ୍ୟୟତା ଦିବସ ପାଳିତ

0 70

ନୂଆପଡ଼ା: ରାଜ୍ୟର ଅର୍ଥବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଆଜି ନୂଆପଡ଼ା ଠାରେ ବିଶ୍ୱ ମିତବ୍ୟୟତା ଦିବସ ପାଳିତ ହୋଇଯାଇଅଛି । ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତ କରଣ ଅଧିକାରୀ ବିବେକାନନ୍ଦ ମହାନନ୍ଦ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସାଏ , ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଉପ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରାଇତା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଉପସ୍ଥିତ ରହି ପତାକା ଦେଖାଇ ସଞ୍ଚୟ ରଥର ଶୁଭାରମ୍ଭ କରିଥିଲେ । ଦିନକୁ ଦିନ ରାଜ୍ୟରେ ଚିଟ ଫଣ୍ଡ କମ୍ପାନୀ ମାନେ ଗରିବ ଲୋକଙ୍କୁ ଅର୍ଥ ଲୋଭ ଦେଖାଇ ଠକୁଥିବାର ଅଭିଯୋଗ ଆସୁଥିବା ବେଳେ ଏହି ରଥ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ । କୌଣସି ବ୍ୟାଙ୍କ୍‌ କିମ୍ବା କମ୍ପାନୀରେ ଟଙ୍କା ନିବେଶ ପୂର୍ବରୁ ତାର ବୈଧତା ଏବଂ ବିଶ୍ୱସନୀୟତା ଉପରେ ପରଖି ନିବେଶ କରନ୍ତୁ ବୋଲି ସଚେତନ କରାଯାଉଛି । ଏହି ସଞ୍ଚୟ ରଥ ଆଜି ଜିଲ୍ଲା ସାରା ପରିଭ୍ରମଣ କରି ସଚେତନ କରିବ । ଏହି କାର୍ଯ୍ୟକ୍ରମରେ ସ୍କାଉଟ୍‌, ଅଙ୍ଗନବାଡ଼ି କର୍ମୀ, ଛାତ୍ରଛାତ୍ରୀ ମାନେ ଯୋଗଦେଇ ସହର ପରିକ୍ରମା କରିଥିଲେ ।

hiranchal ad1
Leave A Reply

Your email address will not be published.

5 + 8 =