ଘୁ.ଉଦୟଗିରି ଏନଏସି ଅଧ୍ୟକ୍ଷ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

0 47

ଘୁ. ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ଗତ ଜୁଲାଇ ୧୭ ତାରିଖ ଦିନ ଅକାଳ ବିୟୋଗ ପରେ ଖାଲି ପଡିଥିବା ଅଧ୍ୟକ୍ଷ ପଦବୀ ପୂରଣ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଧ ଭାବେ ବିଜ୍ଞପ୍ତି ଜାରି ହୋଇଛି । ଆଜି ଠାରୁ ନିର୍ବାଚନ ନିମନ୍ତେ ଏନଏସି ଅଞ୍ଚଳରେ ଆଦର୍ଶ ଆଚରଣ ବିଧି ଆଗାମୀ ୩୦ତାରିଖ ପର୍ଯ୍ୟନ୍ତ ଲାଗୁ ହୋଇଥିବା ବେଳେ ଆଜି ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପ୍ରକାରେ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ସହ ନଭେମ୍ବର ୨୯ ତାରିଖ ଦିନ ମତଦାନ ହେବ ଏବଂ ୯ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ, ୧୪ ତାରିଖରେ ପ୍ରାର୍ଥୀ ତାଲିକା ପ୍ରକାଶ, ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ୧୬ ତାରିଖ ଦିନ ଧାର୍ଯ୍ୟ ରହିଥିବା ବେଳେ ନଭେମ୍ବର ୩୦ ତାରିଖରେ ଭୋଟ ଗଣତି ହେବା ନେଇ ସୂଚନା ରହିଛି । ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ରେ ରହିଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

1 × 2 =