ଦୁର୍ଗମ ଅଂଚଳରେ ମ୍ୟାଲେରିଆ ଦୂରୀକରଣ ନିମନ୍ତେ ଏଫଟିଡି କାର୍ଯ୍ୟକ୍ରମ

0 146

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପାହଡ ଜଙ୍ଗଲ ଘେରା ଅଂଚଳ ହେତୁ ଏବଂ ଜନ ସାଧାରଣଙ୍କ ନିକଟରେ ସଚେତନତା ଅପହଂଚ ହୋଇଥିବାରୁ ମ୍ୟାଲେରିଆ ସଂକ୍ରମଣ ଏକ ସାଧାରଣ ସମସ୍ୟା ହୋଇରହିଛି । ସରକାରଙ୍କ ତରଫରୁ ଏହାର ନିୟନ୍ତ୍ରଣ ନିମନ୍ତେ ଯଥା ସମ୍ଭବ ଚେଷ୍ଟା ଜାରିରହିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଫିରିଙ୍ଗିଆ ଅଂଚଳରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପ୍ରକଳ୍ପ ମାଧ୍ୟମରେ ଏଫ୍‌.ଟି.ଡି. କାର୍ଯ୍ୟକ୍ରମ ପାହିରାଜୁ, ଜାଜେସପାଙ୍ଗା, ସାଡିଙ୍ଗିଆ, ନୁଆପଦର, ସଲାଗୁଡା, ଗୋଛାପଡା, କ୍ରାଣ୍ଡିବାଲି,ବାଲନ୍ଦାପଡା, କୁଏରମାଣ୍ଡୁ, ଲୁଇର୍ସ ଆଦି ଭଳି ଆକ୍ରାନ୍ତ ବଢ଼ୁଥିବା ପଂଚାୟତ ମାନଙ୍କରେ କାର୍ଯ୍ୟକାରି ହେଉଛି । ଆଜି ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡା ପ୍ରାଥମିକ ଚିକିତ୍ସା କେନ୍ଦ୍ର ଠାରେ ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପ୍ରକଳ୍ପର ଜିଲ୍ଲା ଅଧିକାରି କୁମୁଦଚନ୍ଦ୍ର ସାହୁଙ୍କ ପରିଚାଳନାରେ ଏକ ତଦାରଖ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯଥାସମ୍ଭବ ସ୍କ୍ରିମିଂକରି ପଜିଟିଭ୍‌ ଚିହ୍ନଟ ବ୍ୟକ୍ତି ମାନଙ୍କୁ ଚିକିତ୍ସା କରିବା ସହ ମସାରି ବ୍ୟବହାର ପାଇଁ ଜନ ସଚେତନତା ସୃଷ୍ଟିକରିବା ଦିଗରେ ସେ ଗୁରୁତୋରୋପ କରିଥିଲେ । ସୂଚନା ମୁତାବକ ଏମ.ଟି.ଏସ., ସନତ କୁମାର ମହାପାତ୍ର ବୈଠକ ରେ ଉପସ୍ଥିତ ରହି ଭଲ୍ୟୁନ୍ସର ମାନେ ଆଶା ଓ ଏ.ଏନ୍‌.ଏମ୍‌ଙ୍କ ସହମତି ରେ ସଠିକ୍‌ ପ୍ଲାନିଂ କରି ଜନସାଧାରଣ ଙ୍କ ପାଖରେ ମିଳିତ ଭାବରେ ପହଂଚି ପାରିଲେ ମାସ୍‌ ସ୍କ୍ରିନଂ ସହ ସଂକ୍ରମଣକୁ ମଧ୍ୟ ଚେକ୍‌ ଦେଇହେବ ବୋଲି କହିଥିଲେ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବିଶ୍ୱରଞ୍ଜନ କର ଯୋଗ ଦେଇ ସ୍ୱାସ୍ଥ୍ୟ ବିଭାଗ ଗ୍ରାମ ସ୍ତରିୟ ଅନୁଷ୍ଠାନ ଓ ସମନ୍ୱିତ ଶିଶୁ ବିକାଶ ଯୋଜନାର କର୍ମୀ ମାନଙ୍କ ସହ ସମନ୍ୱୟ ରଖି ମାଲେରିଆ ରୋକିବାକୁ ଚେଷ୍ଟା କଲେନିଶ୍ଚିତ ସଫଳ ହୋଇ ପାରିବ ବୋଲି କହିଥିଲେ । ଏଥି ସହ ଗାଁ ସ୍ତରରେ ଥିବା ସ୍ୱୟଂ ସହାୟକ ଦଳର ସଭ୍ୟସଭ୍ୟା ଓ ଗାଁ କଲ୍ୟାଣ ସମିତିମାଧ୍ୟମରେ ପାଣି ଜମୁଥିବା ଖାଲ ଖମାକୁ ପୋତି ଦେବା, ପରିବେଶ ସଫା ରଖିବା ଓ ଜଙ୍ଗଲ ଭ୍ରମଣ କରୁଥିବା ବେଳେ ସଂପୁର୍ଣ୍ଣ ଶରିରକୁ ପୋଷାକ ମାଧ୍ୟମରେ ଘୋଡାଇ ରଖିବାକୁ ଜନ ସାଧାରଣକୁ ବୁଝାଇବାକୁ ସ୍ୱେଚ୍ଛାସେବୀ ମାନଙ୍କୁ ଅନୁରୋଧ କରାଯାଇଥିଲା ।ଏହି କାର୍ଯ୍ୟକ୍ରମଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଫିରିଙ୍ଗିଆ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓ ସ୍ୱାତୀ ଅନୁଷ୍ଠାନଙ୍କ ମିଳିତ ସହଯୋଗରେ ଏଫ.ଟି.ଡି. କାର୍ଯ୍ୟକ୍ରମ ଜରିଆରେ ପରିଚାଳନା କରାଯାଇଥିବା ବେଲେ ସ୍ଥାନିୟ ଏ.ଏନ୍‌. ଏମ୍‌ ଡାଇନା ନାୟକ, ଦେବିକା ଦାସ ଓ ସି.ଏଚ୍‌. ଓ. ଉପସ୍ଥିତ ଥିବାବେଳେ ପୁସ୍ଥିତା ସାହୁ, ସୀତାରଣା ,ସାମନ୍ତ ଦିଗାଲ, ପ୍ରିୟଦର୍ଶନ ପ୍ରଧାନ, ବିଦ୍ୟାରାଣି ପ୍ରଧାନ, ଅପରାଜିତା ଜାନି, ଅନୁପମା କହଁର, ମାନସରଞ୍ଜନ ପ୍ରଧାନ, ପ୍ରଦିପ କହଁର, ଗରୁଡ ଦିଗାଲ, ପତନା ଦିଗାଲ, ଲକ୍ଷ୍ମୀ ଦିଗାଲ, ରଶ୍ମୀତା ଘିବାଲା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

hiranchal ad1
Leave A Reply

Your email address will not be published.

eleven + four =