୧୦୧ ଝଣ୍ଡା ଧରି ବରଗଡ଼ରୁ ଭଟଲି ଯାତ୍ରା କଲେ ଶ୍ୟାମ ଭକ୍ତ

0 65

ବରଗଡ଼: ଭାରତର ଦ୍ୱିତୀୟ ଖାଟୁ କୁହାଯାଉଥିବା ଭଟଲିରେ ମହାସମାରୋହରେ ପାଳିତ ହୋଇଯାଇଛି ଭବ୍ୟ ନିଶାନ ଯାତ୍ରା । ବରଗଡ଼ ଜିଲ୍ଲା ଭଟଲି ଠାରେ ରହିଥିବା ବାବା ଶ୍ୟାମ ମନ୍ଦିର ଯାହା ରାଜସ୍ଥାନର ଖାଟୁଠାରେ ଅବସ୍ଥିତ ଖାଟୁ ନରେଶଙ୍କ ପରେ ପରେ ଭାରତରେ ସର୍ବ ବୃହତ ଶ୍ୟାମ ମନ୍ଦିର ଭାବରେ ଜଣାଶୁଣା ଅଟେ । ପ୍ରତ୍ୟକ ବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ବାବା ଶ୍ୟାମଙ୍କ ଜନ୍ମ ମୋହତ୍ସବ ବହୁତ ଧୂମଧାମରେ ପାଳନ ହୋଇଥାଏ । ଭାରତର ଅନେକ ପ୍ରାନ୍ତରୁ ଶ୍ୟାମ ଭକ୍ତ ମାନେ ଆଶି ବରଗଡ଼ରେ ଏକତ୍ରିତ ହୁଅନ୍ତି ତାର ପୂର୍ବ ଦିନ ଭୋଜନ କୀର୍ତନର ଆସର ଜମିଥାଏ ଓ ପରବର୍ତ୍ତୀ ଦିନ ଭୋରରୁ ଝଣ୍ଡା ନେଇ ଶ୍ୟାମ ଭକ୍ତ ମାନେ ବରଗଡରୁ ଭଟଲି ଦୀର୍ଘ ୧୮ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଯାଇଥାନ୍ତି । ଏହି ପଦଯାତ୍ରାରେ ଛୁଆଠାରୁ ନେଇ ବୃଦ୍ଧା ପର୍ଯ୍ୟନ୍ତ ଉଭୟ ମହିଳା ପୁରୁଷ ସାମିଲ ରହୁଥିବା ବେଳେ ଚଳିତ ବର୍ଷ ଏକ ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ବରଗଡରୁ ହେପି ଗ୍ରୁପର ଜଣେ ସଦସ୍ୟ ଶ୍ୟାମ ଭକ୍ତ ଶ୍ରୀମାନ ଆକାଶ ଅଗ୍ରୱାଲ ବାବାଙ୍କ ଶ୍ରଦ୍ଧାରେ ୧୦୧ ଗୋଟି ଝଣ୍ଡା ଏକାକୀ ବୋହି ବରଗଡ଼ରୁ ଭଟଲି ପଦଯାତ୍ରା କରି ପହଞ୍ଚି ଥିଲେ । ଯାହାକୁ ନେଇ ପ୍ରତ୍ୟକ ଶ୍ୟାମ ଭକ୍ତଙ୍କ ମନରେ ଏକ ପ୍ରକାରର ଆନନ୍ଦ ଉଲ୍ଲାସ ଦେଖୁବାକୁ ମିଳିଥିଲା । ଶ୍ରୀମାନ ଆକାଶ ଅଗ୍ରୱାଲ ଭଟଲି ସ୍ଥିତ ଶ୍ୟାମ ମନ୍ଦିର ପରିସରକୁ ପହଞ୍ଚିବା ପରେ ତାଙ୍କୁ ଢୋଲ, ବାଜା ବଜାଇ ତାର ତାଳେ ତାଳେ ଶ୍ୟାମ ଧୁନରେ ନାଚି ନାଚି ଭକ୍ତ ମାନେ ତାଙ୍କୁ ସ୍ୱାଗତ କରିଥିଲେ ଓ ମନ୍ଦିର ପରିସରକୁ ପାଛୋଟି ନେଇଥିଲେ । ମୁଖ୍ୟତଃ ହିନ୍ଦୁ ଧର୍ମର ଲୋକେ ବାବା ଶ୍ୟାମଙ୍କୁ ଆରାଧନା କରୁଥିବା ବେଳେ ବାବାଙ୍କୁ ସମସ୍ତଙ୍କର ମନରେ ଅନେକ ବିଶ୍ୱାସ ରହିଛି । ତେବେ ପୂର୍ବରୁ ୨୧ ଓ ୫୧ ଟି ଝଣ୍ଡା ଏକାକୀ ନେଇ ପଦଯାତ୍ରା କରିଥିବା ନଜିର ରହିଥିବା ବେଳେ ଚଳିତ ବର୍ଷ ପ୍ରଥମକରି ଜଣେ ଭକ୍ତଙ୍କ ଦ୍ୱାରା ୧୦୧ଟି ଝଣ୍ଡା ବାବାଙ୍କ ଶ୍ରଦ୍ଧାରେ ସମର୍ପିତ କରିଥିବାରୁ ବର୍ତମାନ ଚାରିଆଡେ ଚର୍ଚ୍ଚାର ବିଷୟ ସାଜିଛି ।

hiranchal ad1
Leave A Reply

Your email address will not be published.

5 × four =