ଲଜ୍ ରୁ ମିଳିଲା ଯୁବତୀଙ୍କ ମୃତଦେହ, ପୁରୁଷ ବନ୍ଧୁ ଫେରାର୍

0 232

ବ୍ରହ୍ମପୁର ୨୬/୧୧ ; ଲଜ୍ ରୁ ମିଳିଲା ଯୁବତୀଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲା ଗୋଇଲୁଣ୍ଡି- କୋର୍ଟପେଟା ରାସ୍ତାରେ ଥିବା ବ୍ରହ୍ମପୁର ଲଜ ଏବଂ ଡର୍ମିଟାରୀ ଭିତରୁ ଜଣେ ମହିଳାଙ୍କ ମୃତଦେହ ଜବତ ହୋଇଛି । ମୃତକ ମହିଳା ଜଣକ କେରଳର ଅବଦୁଲ ପରିପାଲିପ ବୋଲି ଲଜର ରେଜିଷ୍ଟରରୁ ଜଣାପଡ଼ିଛି ।ଯୁବତୀଙ୍କ ବୟସ ୪୦ ରୁ ୫୦ ହେବ ବୋଲି ଅନୁମାନ କରାଯାଉଛି । ମହିଳା ଜଣଙ୍କ ନିଜ ପୁରୁଷ ବନ୍ଧୁଙ୍କ ସମସନ ଏସଙ୍କ ସହ କିଛି ଦିନ ତଳେ ବ୍ରହ୍ମପୁର ଆସିଥିଲେ । ଉଭୟ ଗତ ୧୯ ତାରିଖରେ ଏହି ଲଜରେ ରହୁଥିଲେ । ସେମାନେ ବ୍ରହ୍ମପୁରକୁ ମେଡିକାଲ କାମରେ ଆସିଥିବା ଲଜ କର୍ମଚାରୀଙ୍କୁ କହିଥିଲେ ।ଦୁଇ ଦିନପୂର୍ବେ ଉଭୟ ଲଜ ଭିତରେ ଥିଲେ । ହେଲେ ଆଜି ସକାଳୁ ଲଜ କର୍ମଚାରୀ ସଫେଇ କରିବାକୁ ଯାଇ,କବାଟ ବାଡ଼େଇବା ପରେ ମଧ୍ୟ କେହି ଶୁଣିନଥିଲେ । ଏ ନେଇ ଲଜ ପକ୍ଷରୁ ବୈଦ୍ୟନାଥପୁର ଥାନାକୁ ଖବର ଦିଆଯାଇଥିଲା । ସନ୍ଧ୍ୟାରେ ଥାନା ଅଧିକାରୀ ଲଜକୁ ଯାଇ ଉକ୍ତ ରୁମର କବାଟ ଖୋଲି ଭିତରକୁ ପଶିବା ପରେ ମହିଳାଙ୍କ ମୃତଦେହ ଶଯ୍ୟା ଉପରେ ପଡ଼ିଥିବା ଦେଖିଥିଲେ । ମହିଳା ଜଣଙ୍କର ୨ଦିନ ପୂର୍ବରୁ ମୃତ୍ୟୁ ହୋଇଯାଇଥିବା ଅନୁମାନ କରାଯାଉଛି ।ତେବେ ମହିଳାଙ୍କ ସହ ଥିବା ପୁରୁଷ ବନ୍ଧୁ ନଥିବାରୁ ସେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ମହିଳାଙ୍କ କେଉଁ କାରଣରୁ ମୃତ୍ୟୁ ହେଲା ତାହା ଜଣାପଡ଼ିନାହିଁ ।

hiranchal ad1
Leave A Reply

Your email address will not be published.

eighteen − one =