ଗଞ୍ଜେଇ ଚାଲାଣ ଅଭିଯୋଗରେ ସ୍ୱାମୀ ସ୍ତ୍ରୀଙ୍କୁ କୋର୍ଟ ଚାଲାଣ

0 33

ସୁବର୍ଣ୍ଣପୁର,୨୬/୧୧ – ଆଜି ସକାଳୁ ସୋନପୁର ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ପେଟ୍ରୋଲିଂ କରୁଥିବା ସମୟରେ ବିନିକା ବ୍ଲକ କର୍ତ୍ତଙ୍ଗ ଛକ ଦେଇ ସିଜି ୧୬ସିବି୩୧୧୫ନମ୍ବର ଥିବା ଏକ କାର ଯୋଗେ ସୁଦୁର ଛତିଶଗଡ଼କୁ ଯାଉଥିବା ଏକ ସ୍ୱାମୀ ସ୍ତ୍ରୀ ଯୋଡ଼ିଙ୍କୁ ସନ୍ଦେହରେ ରାସ୍ତାରେ ଅଟକାଇ ଯାଞ୍ଚ କରିଥିଲେ । ଯେଉଁଥିରେ କି ଏହି କାର ତଳ ପଟେ ଏକ ସ୍ୱକୃତ ଡିକିରେ ଦୁଇଟି ଅଖାବସ୍ତାରେ ଗୋଟିଏରେ ୧୧ କେଜି ଓ ଅନ୍ୟ ଗୋଟିଏ ବସ୍ତାରେ ୯କେଜି ୫୦୦ ଗ୍ରାମ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଲେ । ଅଭିଯୁକ୍ତ ସ୍ୱାମୀ ଅନିଲ ସୋନି ଓ ସ୍ତ୍ରୀ ରଜନୀ ସୋନି ଯାହାଙ୍କ ଘର ମଧ୍ୟପ୍ରଦେଶ ରାଜ୍ୟର କୋଟମାର ପୁରୁଣା ସାହି ବସ୍ତିର ବୋଲି ସୂଚନା ମିଳିଛି । ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫପରେ ପି ଆର୍‌ ନମ୍ୱର୍‌:୧୫୮/୨୦୨୩-୨୪ରେ କୋର୍ଟ ଚାଲାଣ କରିଥିବା ଅବକାରୀ ଅବକାରୀ ବିଭାଗ ଅଧୀକ୍ଷକ ସୁମତି ତ୍ରିପାଠୀ ଗଣମାଧ୍ୟମ ସମ୍ମୁଖରେ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

18 − five =