ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ସମ୍ବିଧାନ ଦିବସ ପାଳିତ

0 21

ରାୟଗଡା,୨୬/୧୧:- ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଜି ସିଭିଲକୋର୍ଟ ପରିସରରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍‌ ସତ୍ୟନାରାୟଣ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତର ବିଚାରପତି ଅମୃତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଶ୍ରୀମତି ସୋନାଲି ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଶ୍ରୀମତି ରୀନା ଚୌଧୁରୀ, ବରିଷ୍ଠ ଦଣ୍ଡାଧିକାରୀ ଶ୍ରୀମତି ମିନାକ୍ଷୀ ପ୍ରିୟଦର୍ଶିନୀ, ମହିଳା କୋର୍ଟର ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ସୋନଲ ଶର୍ମା, ରେଜିଷ୍ଟର ଦେବିଜ୍ୟୋତି ମହାପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ସୋମ୍ୟରୂପ ସାହୁ, ଗ୍ରାମ୍ୟ ନ୍ୟାୟଧିକାରୀ ଶ୍ରୀ ଚନ୍ଦନ ଦେହୁରୀ, ରାୟଗଡା ବାର୍‌ ଆସୋସିଏସନ୍‌ର ସଂପାଦକଙ୍କ ସମେତ ବହୁ ଓକିଲ, କୋର୍ଟ କର୍ମଚାରୀ ଓ ଜିଲ୍ଳା ଆଇନସେବା ପ୍ରାଧିକରଣର ପାରା ଲିଗାଲ ଭଲ୍ୟୁଣ୍ଟର ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ଥିବା ସମସ୍ତ ଅତିଥି ଓ ଓକିଲ, କୋର୍ଟ କର୍ମଚାରୀମାନେ ସମ୍ବିଧାନର ଉଦ୍ଦେଶ୍ୟ ପାଠ କରିଥିଲେ । ପରିଶେଷରେ ଜିଲ୍ଲା ଦୌରା ଜଜ୍‌ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଉପସ୍ଥିତ ଥିବା ସମସ୍ତଙ୍କୁ ଆଇନ୍‌ ଦିବସର ଶୁଭେଚ୍ଛା ଜଣାଇ ନିଜର ଅଭିଭାଷଣ ମାଧ୍ୟମରେ ଆଇନ୍‌ ଦିବସର ମହତ୍ୱ, ଆଇନର ଉତ୍ପତ୍ତି, କାର୍ଯ୍ୟଧାରା, ସମ୍ବିଧାନର ଆବଶ୍ୟକତା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ । ଉପସ୍ଥିତ ଥିବା ଅନ୍ୟାନ୍ୟ ବକ୍ତାମାନେ ନିଜର ଅଭିଭାଷଣରେ ଆଇନସେବା ପ୍ରାଧିକରଣର ଉଦ୍ଦେଶ୍ୟ, ସୁସ୍ଥ ସମାଜ ଗଠନରେ ଆଇନଜୀବୀ ମାନଙ୍କର ଭୂମିକା ଆଦି ଦିଗ ଉପରେ ଆଲୋକପାତ କରିଥିଲେ । ସର୍ବୋପରି ଏହି କାର୍ଯ୍ୟକ୍ରମରେ ରାୟଗଡା ବାର୍‌ ଆସୋସିଏସନ୍‌ର ଓକିଲ୍‌, ଜିଲ୍ଳା ଅଦାଲତ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀ, ପାରା ଲିଗାଲ ଭଲ୍ୟୁଣ୍ଟର ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣର ଦାୟିତ୍ୱରେ ଥିବା ସମ୍ପାଦିକାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି ।

hiranchal ad1
Leave A Reply

Your email address will not be published.

thirteen + 4 =