ବଜ୍ରାଘାତ ନେଲା ୯ ଗୋଟି ଛେଳିର ଜୀବନ, ସରକାରୀ ସହାୟତା ପାଇଁ ପ୍ରଶାସନକୁ ଗୁହାରି

0 40

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମ ପଞ୍ଚାୟତ ମାଲପଡା ଗ୍ରାମଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଦିନିଆ ଝଡ଼ ବର୍ଷା ଓ ବଜ୍ରପାତରେ ଚୈତନ ବାଗଙ୍କର ନଅ ଗୋଟି ଛେଳିର ମୃତ୍ୟୁ ହୋଇଛି । ଚୈତନ ବାଗ ଛେଳି ଚାଷ କରି ନିଜ ପାଞ୍ଚ ପରିବାରର ଭରଣ ପୋଷଣ କରୁଥିଲେ । ବର୍ତ୍ତମାନ ବଜ୍ରାଘାତରେ ୯ ଗୋଟି ଛେଳିର ମୃତ୍ୟୁ ହୋଇଥିବାରୁ ତାଙ୍କ ପରିବାର ଚଳାଇବା ପାଇଁ କଷ୍ଟକର ହେବ ବୋଲି କହିବା ସହ ମୋର କ୍ଷତି ହୋଇଥିବାର ସରକାର ମତେ କିଛି ସରକାରୀ ସହାୟତା ପ୍ରଦାନ କଲେ ମୁଁ ମୋର ପାଞ୍ଚ ପରିବାରର ଭରଣ ପୋଷଣ କରିବି ବୋଲି ପଞ୍ଚାୟତ ପ୍ରଶାସନ ଏବଂ ବ୍ଲକ ପ୍ରଶାସନକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଗୁହାରି କରିଛନ୍ତି । ଘଟଣା ସ୍ଥଳରେ ମାଲପଡା ଗ୍ରାମର ୱାର୍ଡ ମେମ୍ବର ଓ ଗ୍ରାମବାସୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏବଂ ଚୈତନ ବାଗ ଜଣେ ଗରିବ ଶ୍ରେଣୀର ଲୋକ ସେ ଛେଳି ଚାଷ କରି ନିଜ ପରିବାର ଚଳାଉଥିଲେ । ବର୍ତ୍ତମାନ ସେ ଉପାୟ ଶୂନ୍ୟ ହୋଇପଡ଼ିଛନ୍ତି । ସରକାର ଚୈତନ ବାଗଙ୍କୁ କିଛି ସରକାରୀ ସହାୟତା ପ୍ରଦାନ କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

three + 15 =