ଜାତୀୟ ରାଜପଥରେ ୩ଟି ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ତୀର୍ଥ ଯାତ୍ରୀ

0 87

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଦେଇ ଯାଇଥିବା ୫୭ନଂ ଜାତୀୟ ରାଜପଥରେ ଆଜି ପୃଥକ ପୃଥକ ତିନିଗୋଟି ସଡକ ଦୁର୍ଘଟଣା ଘଟିଛି । ପ୍ରଥମେ ହରିଶଙ୍କରରୁ ତୀର୍ଥ ସାରି ଫେରୁଥିବା ବେଳେ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଓଡି ୦୫ଏଏନ୍‌୦୧୧୪ ନମ୍ବର ଥିବା ଶ୍ରୀ କ୍ରିଷ୍ଣା ନାମକ ଘରୋଇ ବସଟି ଭଦ୍ରକ ଜିଲ୍ଲାରୁ ୪୫ଜଣ ତୀର୍ଥ ଯାତ୍ରୀ ନେଇ ହରିଶଙ୍କର ଯାତ୍ରା କରି ଘରକୁ ଫେରୁଥିବା ସମୟରେ ହରଭଙ୍ଗା ବ୍ଲକ ବିରନରସିଂହପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡି ଦୁର୍ଘଟଣାର ଶିକାର ହୋଇଥିଲା । ସେହିପରି ସିଙ୍ଗାଣି ବିଡା ନିକଟରେ ଖୋର୍ଦ୍ଧାରୁ ବାଇକରେ ଆସୁଥିବା ଜଣେ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ତାଙ୍କର ଆଖି ଲାଗିଯିବା ହେତୁ ସେ ଦୁର୍ଘଟଣାଗ୍ରସ୍ତ ହୋଇଥିଲୋ ଚାରିଛକ ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରେ ପହଂଚି ଅଜଣା ବ୍ୟକ୍ତିଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ପୁଣି ଏହି ରାଜ ପଥରେ ଆଡେଣି ଗଡ଼ ଥାନା ରଙ୍ଗ ମାଟିଆ ଠାରେ ନୟାଗଡ ଜିଲ୍ଲାରୁ ବୌଦ୍ଧ ଜିଲ୍ଲା ମୁଖେ ଆସୁଥିବା ଧାନ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡର ଡିଭାଇଡରକୁ ଭାଙ୍ଗି ରାସ୍ତା ତଳକୁ ଖସି ପଡିଥିଲା । ଏହି ତିନୋଟି ଦୁର୍ଘଟଣାରେ ପ୍ରାୟ ୪୯ଜଣ ଯାତ୍ରୀ ଓ ଚାଳକ ମୃତ୍ୟୁ ମୁଖରୁ ଫେରିଥିବା ଜଣାପଡିଛି ।

hiring
hiranchal ad1
Leave A Reply

Your email address will not be published.

16 + nine =