ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ

0 69

ବୌଦ୍ଧ/ଜହ୍ନ ।ପଙ୍କ,୯/୧: ବୌଦ୍ଧ ବ୍ଳକ ତାଳସରଡ଼ । ପଂଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉଚ୍ଚବିଦ୍ୟାଳୟ ଖେଳପଡ଼ିଆରେ ଦୁଇ ଦିନ ଧରି ହେବାକୁ ଥିବା ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ପୂର୍ବାହ୍ନରେ ଛାତ୍ରମାନେ ସ୍ଥାନୀୟ ଗଣେଶ ମନ୍ଦିରରୁ କ୍ରୀଡ଼ା ଜ୍ୟୋତି ଆଣିବାପରେ ପଡ଼ିଆରେ ମୁଖ୍ୟଅତିଥିଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା । ଜହ୍ନ ।ପଙ୍କ ଉଚ୍ଚବିଦ୍ୟାଳୟର ଛାତ୍ରମାନେ ବ୍ୟାଣ୍ଡ ବଜାଇ ଅତିଥିଙ୍କୁ ସ୍ୱାଗତ କରିଥିଲେ । ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ଉଦୟନାଥ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଯୋଗ ଦେଇ ଶିକ୍ଷା ସହିତ ଖେଳ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । କେବଳ ଖେଳିଲେ ହେବ ନାହିଁ । ଏହା ଦ୍ୱାରା ଜିଲ୍ଲା, ରାଜ୍ୟ, ଦେଶ ତଥା ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଲାଭ କରିବା ପାଇଁ ଲକ୍ଷ୍ୟ ରଖିବା ଦରକାର ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପ୍ରତିଷ୍ଠାତା ଚେତ ।ରାମ ପଟ୍ଟନାୟକ, ଜିଲ୍ଲା ଖେଳ ନିରୀକ୍ଷକ ଆନନ୍ଦ ବେହେରା ମଞ୍ଚାସୀନ ଥିଲେ । ଶିକ୍ଷକ ନୟନ ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଭରତ ମେହେର ଧନ୍ୟବାଦ ଦେଇଥିଲେ ।

hiring

ଏହା ପରେ କ୍ରୀଡ଼ାପତାକାକୁ ଉଡାଇ ମୁଖ୍ୟ ଅତିଥି ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଧନୁତୀର ପ୍ରତିଯୋଗିତାକୁ ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ସାହୁ ଉଦଘାଟନ କରିଥିଲେ । ଏହା ପରେ ବିଭିନ୍ନ ଖେଳ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏହି ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଳକର ବିଭିନ୍ନ ଉଚ୍ଚବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟର ୫୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ତାଳସରଡ଼ । ସରପଞ୍ଚ ସସ୍ମିତା ପାଣ୍ଡେ, ସ୍ୱେଚ୍ଛାସେବୀ ପ୍ରସାନ୍ତ ପ୍ରଧାନ, ଖେଳ ଶିକ୍ଷକ ଅମ୍ବରୀଶ ପ୍ରଧାନ, ବନ୍ଦିତା ବିଶ୍ୱାଳ, ଜଗନ୍ନାଥ ବେହେରା ଓ ସଂଗ୍ରାମପୁର ଉଚ୍ଚବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × one =