୧୧ରୁ ରାଜ୍ୟସ୍ତରୀୟ ଦଶପଲ୍ଲା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ

0 137

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ସ୍ପେରଟିଭ ସ୍ପୋର୍ଟସ ସୋସାଇଟି ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ମଇଦାନରେ ୨୩ତମ ଦଶପଲ୍ଲା କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ । ରାଜ୍ୟସ୍ତରୀୟ ଏହି ଟୁର୍ଣ୍ଣାମେଣ୍ଟରେ ୧୧ଟି ଦଳ ୧୦ ଦିନ ଧରି ଖେଳରେ ଅଂଶଗ୍ରହଣ କରିବେ । ୧୫ ତାରିଖ ଦିନ ଏକ ପ୍ରଦର୍ଶନୀ ମ୍ୟାଚରେ ମହିଳା କଳିଙ୍ଗ ଫୁଟବଲ ଏକାଡେମୀ, ନିତା ମହିଳା ଫୁଟବଲ ଏକାଡେମୀ ସହିତ ଖେଳିବା କାର୍ଯ୍ୟକ୍ରମ ରହିଛି । ପୁନଶ୍ଚ ୨୧ ତାରିଖ ଦିନ କନ୍ଧମାଳ ସାଂସଦଙ୍କ ଅନୁଦାନରେ ଅନୁଷ୍ଠାନର ଅତ୍ୟାଧୁନିକ ସ୍ପୋର୍ଟସ କମ୍ପେ୍ଲକ୍ସ ସହିତ ହାଇ ମାଷ୍ଟ ଲାଇଟର ଉଦଘାଟନ ହେବ । ଏହି ଦିନ ବିଧାୟକ ଏକାଦଶ ଓ ଜିଲ୍ଲା ପ୍ରଶାସନ ଏକାଦଶ ମ୍ୟାଚ ଅନୁଷ୍ଠିତ ହେବ । ଚଳିତ ବର୍ଷ ଏହି ପ୍ରତିକ୍ଷିତ ଫୁଟବଲ୍‌ ମ୍ୟାଚ୍‌କୁ ବହୁ ଆଡମ୍ବର ସହକାରେ ଆୟୋଜନ କରାଯାଉଛି । ସମାନ୍ତରାଳ ଭାବେ ବିଳମ୍ବିତ ସନ୍ଧ୍ୟାରେ ଭଲିବଲ୍‌ ଓ ତାସ ପ୍ରତିଯୋଗିତା ଜାରୀ ରହିବ । ଆସନ୍ତା ୨୨ ତାରିଖରେ ଫାଇନାଲ ମ୍ୟାଚ ସହିତ ରଙ୍ଗାରଙ୍ଗ ଉଦଯାପନୀ ଉତ୍ସବ ହେବ ବୋଲି ସମ୍ପାଦକ ଭବାନୀ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

one × four =