ପୁରୀ ସଦର ଚନ୍ଦନପୁରରେ ହାତୀ ଆତଙ୍କ

0 50

ପୁରୀ :ପୁରୀରେ ପଶିଲା ଦନ୍ତାହାତୀ । ପୁରୀ ସଦର ଚନ୍ଦନପୁର ଥାନା ଅନ୍ତର୍ଗତ କୃଷ୍ଣ ରଞ୍ଜନପୁର ଗ୍ରାମରେ ଆଜି ଭୋରୁ ଏକ ଦନ୍ତାହାତୀ ପଶିଛି । ହାତୀକୁ ଦେଖି ଭୟଭୀତ ହୋଇପଡିଛନ୍ତି ଗ୍ରାମବାସୀ । ତେବେ ସୂଚନା ଅନୁଯାୟୀ ଖାଦ୍ୟ ଅନ୍ୱେଷଣରେ ଦନ୍ତାହାତୀଟି ଚନ୍ଦକା ଜଙ୍ଗଲରୁ ଖୋର୍ଦ୍ଧା ବନଖଣ୍ଡ ଦେଇ ଡେଲାଙ୍ଗରେ ପହଞ୍ଚିଥିଲା । ତେବେ ଆଜି ଭୋରରୁ ହାତୀଟିକୁ ଚନ୍ଦନପୁର ନିକଟ କୃଷ୍ଣରଞ୍ଜନପୁର ଠାରେ ଦେଖିବାକୁ ମିଳିଥିଲା । ଖବର ପାଇ ପୁରୀ ଡିଏଫଓ ରାମସ୍ୱାମୀଙ୍କ ନେତୃତ୍ୱରେ ବନବିଭାଗ ପାଞ୍ଚ ଖଣ୍ଡ ରେଞ୍ଜର ୫୦ରୁ ଉର୍ଦ୍ଧ୍ୱ ବନ କର୍ମଚାରୀ ହାତୀର ଗତି ବିଧି ଉପରେ ନଜର ରଖିବା ସହ ହାତୀକୁ ଘଉଡ଼ାଇବା ପାଇଁ ନିୟୋଜିତ ହୋଇଛନ୍ତି । ତେବେ ଗତ କିଛିଦିନ ହେବ ଦନ୍ତା ହାତୀଟି ପୁରୀ ଫରେଷ୍ଟ ରେଞ୍ଜ ଭିତରକୁ ଚାଲି ଆସିଥିବା ବେଳେ ରବିବାର ରାତିରେ ଡେଲାଙ୍ଗ ଓ କଣାସରେ ଦନ୍ତାହାତୀକୁ ଦେଖିବାକୁ ମିଳିଥିଲା । ଆଜି ଭୋର ସମୟରୁ ଚନ୍ଦନପୁର ନିକଟ ପ୍ରତାପ ପୁରୁଷୋତ୍ତମପୁର, ପାଙ୍କଳ ଓ କୃଷ୍ଣ ରଞ୍ଜନପୁର ଅଞ୍ଚଳରେ ବୁଲୁଛି । ଏହାକୁ ନେଇ ଭୟ ଆତଙ୍କରେ ଗ୍ରାମବାସୀ ମାନେ ଥିବାବେଳେ କେତେବେଳେ ହାତୀକୁ ଘଉଡାଇବାରେ ବନବିଭାଗ ସଫଳ ହେଉଛି ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି । ହାତୀ ଭୟରେ ସ୍ଥାନୀୟ ବାସିନ୍ଦାଙ୍କ ଘରେ ଚୁଲି ଜଳି ନଥିବା ବେଳେ ଭୋକ ଉପାସରେ ଥିବା ଗ୍ରାମବାସୀ ମାନେ କହିଛନ୍ତି ।
ପ୍ରଥମ ଥର ପାଇଁ ଚନ୍ଦନପୁରର ନିକଟ କୃଷ୍ଣ ରଞ୍ଜନପୁର ଗ୍ରାମରେ ଦନ୍ତାହାତୀ ଦେଖିବାକୁ ମିଳିଛି । ସନ୍ଧ୍ୟା ସମୟରେ ହାତୀକୁ ଘଉଡାଇବା ପାଇଁ ବନବିଭାଗ ଉଦ୍ୟମ କରୁଥିବା ବେଳେ ଏଥିରେ କେତେଦୂର ସଫଳ ହେଉଛି ତାହା ଦେଖିବାର ଅଛି ।

hiranchal ad1
Leave A Reply

Your email address will not be published.

2 × 1 =