ବିଶ୍ୱ ରେଡକ୍ରସ ଦିବସ ପାଳିତ

0 31

ପୁରୀ-ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଛି । ଜିଲ୍ଲା ରେଡକ୍ରସ ସମିତି ଆନୁକୂଲ୍ୟରେ ଏହି ଦିବସ ପାଳନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରେଡକ୍ରସ ପତାକା ଉତ୍ତୋଳନ କରିଥିଲେ । ଏହାପରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ରେଡକ୍ରସ ପତାକା ଉତ୍ତୋଳନ, ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ରକ୍ତଦାନ ଶିବିରକୁ ମଧ୍ୟ ଅତିରିକ୍ତ ଜିଲ୍ଲାପାଳ ଉଦଘାଟନ କରିଥିଲେ । ରେଡକ୍ରସର ପ୍ରତିଷ୍ଠାତା ହେନେରୀ ଡୁରାଣ୍ଟଙ୍କ ସେବା ଓ ତ୍ୟାଗ ମନୋଭାବ ଉପରେ ଶ୍ରୀ ସାହୁ ଆଲୋକପାତ କରିଥିଲେ । ରେଡକ୍ରସ ଗଠନର ଉଦ୍ଦେଶ୍ୟ ଓ ମହାନକାର୍ଯ୍ୟ ପ୍ରତି ବିଶ୍ୱବାସୀ ଅନୁପ୍ରାଣିତ ହୋଇଛନ୍ତି । ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରୁ ପିଲାମାନଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟ ଜରିଆରେ ସେବା ମନୋଭାବ ସୃଷ୍ଟି କରିବାରେ ରେଡକ୍ରସର କାର୍ଯ୍ୟ ପ୍ରଶଂସନୀୟ ବୋଲି ସେ ମତବ୍ୟକ୍ତ କରିଥିଲେ । ଆଚାର୍ଯ୍ୟ ହରିହର ବ୍ଲଡ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଓ ୩୬ ରକ୍ତ ୟୁନିଟ ସଂଗ୍ରହ କରାଯାଇଛି ।
ଏହି ଅବସରରେ ଜିଲ୍ଲା ଆପଦ କାଳୀନ ଅଧିକାରୀ ଜିତେନ୍ଦ୍ର କୁମାର ପାତ୍ର, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଚଣ୍ଡେଶ୍ୱର ମହାପାତ୍ର, ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ବିଦ୍ୟାଧର ମିଶ୍ର, ରେଡକ୍ରସ ସଦସ୍ୟ ରାଧାକାନ୍ତ ଦାଶ, ପ୍ରଭାକର ତ୍ରିପାଠୀ, ଜୟନ୍ତୀ ମହାପାତ୍ର, ଶ୍ରୀମତୀ ମଧୁମିତା ଦାଶ,ଜୁନିୟର ରେଡକ୍ରସର ସଦସ୍ୟ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

1 × four =