ପୁଣି ଜୋରଦାର ହେବ ହେଲମେଟ ଚେକିଂ

0 105

ଭୁବନେଶ୍ୱର : ବିନା ହେଲମେଟରେ ଗାଡି ଚଳାଉଥିଲେ ସାବଧାନ । ଏଥର ଆଉ ମାଫ୍‌ ନାହିଁ । ରାଜ୍ୟ ସରକାରଙ୍କ ସଡକ ପରିବହନ ଆୟୁକ୍ତଙ୍କ ପକ୍ଷରୁ ଏନେଇ ଜାରି ହୋଇଛି ନିର୍ଦ୍ଦେଶନାମା । ପରିବହନ ବିଭାଗ ପକ୍ଷରୁ ଏନେଇ ସମସ୍ତ ଆରଟିଓଙ୍କୁ ଚିଠି କରାଯାଇଛି । ଆସନ୍ତା ୧୫ ତାରିଖରୁ ରାଜ୍ୟର ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ହେଲମେଟ୍‌ ଯାଞ୍ଚ କରାଯିବ । ଏହି ଅଭିଯାନ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପରିବହନ ବିଭାଗ କମିଶନର ସ୍ପଷ୍ଟ କରିଛନ୍ତି ।
ଏଥର ଅମାନିଆ ଗାଡି ଚାଳକଙ୍କୁ ଆଉ ମାଫ୍‌ କରାଯିବନି । ମୁଣ୍ଡରେ ହେଲମେଟ୍‌ ନଥିଲେ ନିୟମ ମୁତାବକ, ଚାଲାଣ କାଟିବା ସହ ବାଇକ୍‌ ଚାଳକଙ୍କ ଲାଇସେନ୍ସକୁ ୩ ମାସ ପାଇଁ ବାତିଲ କରିଦିଆଯିବ । ସେହିଭଳି ନାବାଳକ ଗାଡି ଚାଳକ ଓ ବଇକରେ ୩ଜଣ ବସିଥିଲେ । କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସହରାଞ୍ଚଳରେ ବାଇକ୍‌ ଚାଳକ ହେଲମେଟ୍‌ ପିନ୍ଧୁଥିବା ବେଳେ ଜାତୀୟ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବାଇକ୍‌ ଚାଳକ ମାନେ ହେଲମେଟ୍‌ ପିନ୍ଧିବାକୁ ପସନ୍ଦ କରୁନାହାଁନ୍ତି ।
ହେଲମେଟ୍‌ ନ ପିନ୍ଧିବା କାରଣରୁ ଦିନକୁ ଦିନ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢୁଛି । ପରିବହନ ବିଭାଗର ତଥ୍ୟ ମୁତାବକ, ୨୦୨୧ରେ ପ୍ରାୟ ୧୩୦୮ଜଣ ବାଇକ୍‌ ଆରୋହୀ ଓ ଚାଳକଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଲମେଟ ମିନ୍ଧିନଥିବା ଜଣାପଡିଛି । ତେଣୁ ମୁଖ୍ୟ ରାସ୍ତା ଗଉଡିକରେ ଚେକିଂ ଜୋରଦାର କରିବାକୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

13 + 15 =