ଆକ୍ସନ୍‌ ମୋଡରେ ନୟାଗଡ ଏସ୍‌ପି ଅଲେଖ ଚନ୍ଦ୍ର ପହି, ସଫାହେବେ ଅପରାଧୀ

0 199

ଦଶପଲ୍ଲା : ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ଚୋରି, ଡକାୟତି ,ରାହାଜାନି ବଢ଼ିବାରେ ଲାଗିଥିବା ବେଳେ ଶରଣକୁଳ ପୋଲିସକୁ ମିଳିଛି ବଡ଼ ସଫଳତା । ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦ୍ଦେଶ କ୍ରମେ ଶରଣକୁଳ ପୋଲିସ ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏସପି ଶ୍ରୀଯୁକ୍ତ ପହିଙ୍କ ନିର୍ଦ୍ଦେଶ କ୍ରମେ ଶରଣକୁଳ ଆଇଆଇସି ଜୟଦିପ ମହାନ୍ତିଙ୍କ ନେତୃତ୍ୱରେ ଏକ ବଡଧରଣର ଲୁଟ କରିବା ପାଇଁ ଯୋଜନା କରିଥିବା ଏକ ଗ୍ୟାଙ୍ଗ ଉପରେ ପୋଲିସ ଚଢାଉ କରିଥିଲା । ଚଢ଼ାଉ ସମୟରେ ଲୁଟେରା ଗ୍ୟାଙ୍ଗ ପୋଲିସ ଉପରକୁ ମଧ୍ୟ ଗୁଳି ଚଳାଇଥିଲା । ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିବା ସହିତ ଗୋଟିଏ ଦେଶୀ ବନ୍ଧୁକ, ଚାରୋଟି ମୋଟର ସାଇକେଲ, ତିନୋଟି ମୋବାଇଲ ଜବତ କରିଛି । ଗିରଫ ହୋଇଥିବା ଲୁଟେରା ମାନେ ହେଲେ ଖଇରପଟି ଗ୍ରାମର ରମେଶ ବେହେରା ଓରଫ୍‌ ବାଇନ, ଚାନ୍ଦପୁର ଦାଣ୍ଡ ସାହିର ସୋମନାଥ ସାହୁ ଓରଫ୍‌ କାହ୍ନା, ଗୋଡିପଡା ଫାଣ୍ଡି କଇଁଫୁଲିଆ ଗ୍ରାମର ଅଶୋକ ସେନାପତି ଓରଫ୍‌ ବୁଲୁ । ଏହି ତିନି ଲୁଟେରା ଶରଣକୁଳ ଅଞ୍ଚଳରେ ବିଭିନ୍ନ ସମୟରେ ଆତଙ୍କ ସୃଷ୍ଟି କରିବା ସହିତ ଲୋକ ମାନଙ୍କଠାରୁ ରାସ୍ତା ଉପରୁ ମୋଟର ସାଇକେଲ, ମୋବାଇଲ, ଟଙ୍କା ପଇସା ଆଦି ଲୁଟ କରୁଥିଲେ । କେବଳ ନୟାଗଡ଼ ଜିଲ୍ଲା ନୁହେଁ ପଡୋଶୀ ଜିଲ୍ଲାରେ ମଧ୍ୟ ଏହି ଲୁଟେରାମାନେ ବିଭିନ୍ନ ଲୁଟରେ ସାମିଲ ଥିବା ସୂଚନା ମିଳୁଛି । ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣାଯାଇ ତଦନ୍ତ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

nine − 1 =