ଫେବୃଆରୀ ୧୩ ରୁ ଆରମ୍ଭ ହେବ ରଣଜୀ ଟ୍ରଫି, ସ୍ପଷ୍ଟ କଲେ ବିସିସିଆଇର ସଭାପତି

0 41

ନୂଆଦିଲ୍ଲୀ : କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ରଣଜୀ ଟ୍ରଫି ୨୦୨୨ ର ତାରିଖ ଘୋଷଣା କରିଛି । ଗତ ବର୍ଷ କରୋନା ମହାମାରୀ ହେତୁ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇନଥିଲା ଏବଂ ଏଥର ଜାନୁଆରୀ ୧୩ ରୁ ଆରମ୍ଭ ହେବାକୁ ଯୋଜନା କରାଯାଇଥିଲା, କିନ୍ତୁ ଦେଶର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା । ତେବେ ବର୍ତ୍ତମାନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ନିଜେ କହିଛନ୍ତି ଯେ ରଣଜୀ ଟ୍ରଫି ୨୦୨୨ କେବେ ଆରମ୍ଭ ହେବ । ବୋର୍ଡ ମୁଖ୍ୟଙ୍କ କହିବା ଅନୁଯାୟୀ, ଫେବୃଆରୀ ୧୩ ରୁ ବିସିସିଆଇ ଟୁର୍ନାମେଣ୍ଟ ଆରମ୍ଭ କରିବାକୁ ଯୋଜନା କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଟୁର୍ନାମେଣ୍ଟର ଫର୍ମାଟରେ କୌଣସି ପରିବର୍ତ୍ତନ ହେବ ନାହିଁ ।
ସ୍ପୋର୍ଟସ୍‌ ଷ୍ଟାରଙ୍କ ସହ ବାର୍ତ୍ତାଳାପରେ ଗାଙ୍ଗୁଲି ଟୁର୍ନାମେଣ୍ଟର ଆରମ୍ଭ ତାରିଖ ନିଶ୍ଚିତ କରିଛନ୍ତି । ସମସ୍ତ ଦଳକୁ ୮ଟି ଦଳରେ ବିଭକ୍ତ କରାଯିବ ବୋଲି ସେ କହିଛନ୍ତି । ପ୍ରତ୍ୟେକ ଗ୍ରୁପରେ ୬ ଟି ଦଳ ରହିବେ । ପ୍ଲେଟ ଗ୍ରୁପରେ ୮ ଟି ଦଳ ରହିବେ । ଗାଙ୍ଗୁଲି କହିଛନ୍ତି, ‘ଆମେ ଫେବୃଆରୀ ମଧ୍ୟଭାଗରୁ ରଣଜୀ ଟ୍ରଫି ଆରମ୍ଭ କରିବାକୁ ଯୋଜନା କରୁଛୁ । ଏହି ତାରିଖ ଫେବୃଆରୀ ୧୩ ହୋଇପାରେ । ଏହି ଟୁର୍ନାମେଣ୍ଟ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଏକ ମାସର ହେବ ଯାହା ଆଇପିଏଲ ୨୦୨୨ ପୂର୍ବରୁ ଖେଳାଯିବ ।

hiranchal ad1
Leave A Reply

Your email address will not be published.

thirteen − four =