ଏଥର ବି ଖଣ୍ଡଗିରି ଯାତ୍ରା ବନ୍ଦ

0 44

ଭୁବନେଶ୍ୱର: ମିଳିଲାନି ଅନୁମତି । ଦ୍ୱିତୀୟ ଥର ପାଇଁ ଖଣ୍ଡଗିରି ମେଳାରେ ବନ୍ଦ ହେଲା ଯାତ୍ରା । ଗତବର୍ଷ ପରି ଏବର୍ଷ ବି ହେବନି ଯାତ୍ରା । ଯେଉଁଥିପାଇଁ ଯାତ୍ରା ଦଳ, କଳାକାର, କମିଟି ସମସ୍ତେ ନିରାଶ ହୋଇଛନ୍ତି ।
ଗତ ୨୫ ତାରିଖରେ ଖଣ୍ଡଗିରିର ବିଭିନ୍ନ ଯାତ୍ରା କମିଟି ମାନଙ୍କ ପକ୍ଷରୁ ଯାତ୍ରା ପରିବେଷଣ ନେଇ ଅନୁମତି ମଗା ଯାଇଥିଲା । କମିଟି ମାନେ ପ୍ରଥମେ ଭୁବନେଶ୍ୱର ଡିସିପି ଏବଂ ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନରଙ୍କ ପାଖରେ ଦରଖାସ୍ତ ଆବେଦନ କରିଥିଲେ । ଉଭୟଙ୍କ ପକ୍ଷରୁ କମିଟି ସଦସ୍ୟଙ୍କୁ ନିରାଶ ହେବାକୁ ପଡ଼ିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଯାତ୍ରା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଓଡ଼ିଶା ଯାତ୍ରା କମିଟି ସୁରକ୍ଷା ମଞ୍ଚ ସମ୍ପାଦକ ନୃସିଂହ ଚରଣ ସୁନ୍ଦରାୟ କହିଛନ୍ତି, ଗତବର୍ଷ ନିଷ୍ପତ୍ତି ଝୁଲାଇ ଶେଷରେ ମନା କରିଥିଲେ । ଏବର୍ଷ କିନ୍ତୁ ଆରମ୍ଭରୁ ମନା କରିଦେଇଛନ୍ତି । ଫଳରେ କମିଟିମାନେ ବିଶେଷ ପ୍ରସ୍ତୁତି କରିନାହାନ୍ତି । ଗତଥର କିନ୍ତୁ ସବୁ ପ୍ରସ୍ତୁତିରେ ପାଣି ଫେରିଯାଇଥିଲା । ଖଣ୍ଡଗିରି ମେଳା ଯାତ୍ରା ଇତହାସରେ ଏହା ଦ୍ୱିତୀୟ ଘଟଣା । ଦ୍ୱିତୀୟ ଥର ପାଇଁ ବନ୍ଦ ହେଲା ଯାତ୍ରା ପରିବେଷଣ । ପ୍ରତି ବର୍ଷ ସବୁ ବାଦ, ବିବାଦ ପରେ ମେଳା ହୋଇଥାଏ । ହେଲେ ଗତବର୍ଷ ପରି ଏଥର ବି ସେ ସୁଯୋଗ ନାହିଁ ।

hiranchal ad1
Leave A Reply

Your email address will not be published.

one × 2 =