ମନ୍ଦିରରୁ ପ୍ରାଚୀନ ଅଷ୍ଟଧାତୁର ମୂର୍ତ୍ତି ଚୋରୀ

0 51

ପୁରୀ,୨୯/୧- ପୁରୀ ଜିଲ୍ଲାରେ ମାତିଛନ୍ତି ମନ୍ଦିର ଲୁଟେରା । ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ କରି ଚୋରି କରି ନେଇଛନ୍ତି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତିର୍ି । ପୁରୀ ସଦର ବ୍ଲକ ଚନ୍ଦନପୁର ଥାନା ଅନ୍ତର୍ଗତ ଗଡମୃଗଶୀରା ଗ୍ରାମର ପ୍ରାଚୀନ ବଟେଶ୍ୱର ମନ୍ଦିରରୁ ୪୫ କେଜିରୁ ଅଧିକ ହେବ ଅଷ୍ଟଧାତୁରେ ନିର୍ମିତ ଶିବପାର୍ବତୀ ମୂର୍ତ୍ତି ଶୁକ୍ରବାର ବିଳମ୍ୱିତ ରାତିରେ ମନ୍ଦିର ଗେଟ୍‌ର ତାଲା ଭାଙ୍ଗି ଚୋରୀ ହୋଇଛି । ଏନେଇ ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମନ୍ଦିର ସେବକ ଓ ଗ୍ରାମବାସୀମାନେ । ସ୍ଥାନୀୟ ପୂଜକଙ୍କ ସୂଚନା ଅନୁଯାୟୀ ଗଙ୍ଗବଂଶ ରାଜତ୍ୱ ସମୟରେ ପ୍ରାଚୀନ ବଟେଶ୍ୱର ମନ୍ଦିର ନିର୍ମାଣ କରାଯାଇଥିଲା । ତେବେ ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ମନ୍ଦିରରୁ ମୂର୍ତ୍ତି ବାରମ୍ବାର ଚୋରୀ ହେଉଥିବାବେଳେ ପୁରୀ ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ ମନ୍ଦିରୁ ମୂର୍ତ୍ତି ଚୋରୀ କରୁଥିବା ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇପାରିନାହିଁ । ତେବେ ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କରି ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

nineteen + 16 =