ନବରଙ୍ଗପୁର ପୌର ପରିଷଦ ଊପାଧ୍ୟକ୍ଷା ହେଲେ ବିଜେଡିର ସୌମ୍ୟା ମହାପାତ୍ର

0 54

ନବରଙ୍ଗପୁର:ନବରଙ୍ଗପୁର ପୌର ପରିଷଦ ଉପାଧ୍ୟକ୍ଷା ହେଲେ ୧୭ ନମ୍ବର ୱାର୍ଡର କାଉନସିଲର ସୌମ୍ୟା ମହାପାତ୍ର । ଆଜି ବିଜେଡି ପକ୍ଷରୁ ସୌମ୍ୟା ମହାପାତ୍ର ଓ ବିଜେପି ପକ୍ଷରୁ ଶର୍ମିଷ୍ଠା ଦେଓ ଉପାଧ୍ୟକ୍ଷା ପଦ ପାଇଁ ନାମାଙ୍କନ ପତ୍ର ଭରିଥିଲେ । ସମୁଦାୟ ୧୭ଗୋଟି କାଉନସିଲରଙ୍କ ମଧ୍ୟରୁ ବିଜେଡିକୁ ଜଣେ ସ୍ୱାଧୀନ କାଉନସିଲରଙ୍କ ଭୋଟ ସହ ଦଶଗୋଟି ଭୋଟ ମିଳିଥିବା ବେଳେ ବିଜପିକୁ ଛଅଗୋଟି ଭୋଟ ମିଳିଥିଲା । ଜଣେ ସ୍ୱାଧୀନ ପ୍ରାର୍ଥୀ ଭୋଟରୁ ବିରତୀ ରହିଥିଲେ । ସୂଚନା ଥାଉକି ନବରଙ୍ଗପୁର ପୌର ପରିଷଦର ଅଧ୍ୟକ୍ଷ ଭାବେ ବିଜେପିର କୁନୁ ନାୟକ ସିଧାସଲଖ ନିର୍ବାଚିତ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

2 × one =