ଦୁଇ ଭାଇଙ୍କ ମାଡ଼ରେ ଶ୍ରମିକ ମୃତ

0 314

ବାଲିଗୁଡ଼ା: ଜଣକୁ ପିଟି ପିଟି ମାରିଦେଲେ ଦୁଇଭାଇ । ହତ୍ୟାକାରୀ ଦୁଇ ଭାଇ ଥାନାରେ ଅଟକ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରୁ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଶିକବାଡ଼ି ଗ୍ରାମର ଜଣେ ନାବାଳିକାକୁ ସେହି ଅଞ୍ଚଳରେ ରାସ୍ତା କାମରେ ନିୟୋଜିତ ଥିବା ଜଣେ ଶ୍ରମିକ ଅସଦାଚରଣ କରିଥିବା ନେଇ ପରିବାର ଲୋକେ ଜାଣିବା ପରେ ସମ୍ପୃକ୍ତ ନାବାଳିକାର ବାପା ଓ ଦାଦା ଉତ୍ତ୍ୟକ୍ତ ହୋଇ ନୃଶଂସ ଭାବେ ସମ୍ପୃକ୍ତ ଶ୍ରମିକଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ମୃତକ ଝାଡ଼ଖଣ୍ଡ ସିମଡେଗା ଅଞ୍ଚଳର ନିରୁପଲ ମେହେତ(୪୦) ହୋଇଥିବା ବେଳେ ସେ ସିକବାଡି ଠାରୁ ନଣ୍ଡାବାଲି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ କାର୍ଯ୍ୟର ଠିକା ସଂସ୍ଥାରେ ମିକ୍ସଚର ମେସିନ୍‌ ଅପରେଟର ଭାବେ କାମ କରୁଥିଲେ ବୋଲି ଜଣାପଡ଼ିଛି । ସେପଟେ ଏନେଇ ଠିକା ସଂସ୍ଥା ତରଫରୁ ରାଇକିଆ ଥାନାରେ ଅଭିଯୋଗ ପରେ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି । ଘଟଣାର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

sixteen − one =