ଗଣିଆ ପୋଲିସ ହାତରେ କୁଖ୍ୟାତ ଡ଼କାୟତ ଦଳ

0 55

ଦଶପଲ୍ଲା: ଗଣିଆ, ନୂଆଗାଁ, ଦଶପଲ୍ଲା ଅଞ୍ଚଳରେ ଦିନକୁଦିନ ଚୋରି, ଡକାୟତି ବଢୁଥିବା ବେଳେ ଖୁବ୍‌ କମ୍‌ଦିନ ଧରି ଯୋଗ ଦେଇଥିବା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ଦବଙ୍ଗ ଅଫିସର ସାଜି ଡକାୟତ ମାନଙ୍କୁ ସାବାଡ କରିବାରେ ମାହିର ଥିବା ଜଣାପଡିଛି । ସାଧାରଣରେ ଚର୍ଚ୍ଚା କି ଏହିଭଳି ଅଫିସର ଥିଲେ ଲୋକମାନଙ୍କ ସମସ୍ୟା ଦୂରୀକରଣ ହୋଇପାରିବ । ଆମେ ଏହି ସବୁ କହିବାର କାରଣ ହେଉଛି ଶ୍ରୀ ପରିଡ଼ା ଆସିବା ଦିନଠାରୁ ଅଞ୍ଚଳରେ ଚୋରି ଡକାୟତି କମିଯାଇଥିବାବେଳେ କିଛି ଡକାୟତ ମାନଙ୍କୁ ଟାର୍ଗେଟରେ ରଖି ନିକଟସ୍ଥ ମଧ୍ୟଖଣ୍ଡ ଗ୍ରାମର ଏକ ଚା’ ଦୋକାନ ଠାରୁ ଦିବା ୯ ଘଟିକା ସମୟରେ ଗିରଫ କରିଥିଲେ । ସେମାନେ ହେଲେ ଅମିୟ ମହାରଣା (ବବୁଲ), ବାବୁଲି ବାରିକ(ଲଣ୍ଡା), ପ୍ରମୋଦ କୁମାର ସାହୁ (କାହୁଁ), ରାକେଶ କୁମାର ପରିଡ଼ା (ବାବୁ), ଏମାନେ ହେଲେ ସେହି ଗ୍ୟାଙ୍ଗଷ୍ଟର ଯିଏ ଦୀର୍ଘ ଦିନ ଧରି ପୋଲିସକୁ ଚକମା ଦେଇ ଲୁଟିବାରେ ବ୍ୟସ୍ତ ଥିଲେ, ହେଲେ ଦବଙ୍ଗ ଅଫିସର ଶ୍ରୀ ପରିଡ଼ା ତାହା ହେବାକୁ ଦେଲେନି କିନ୍ତୁ ଆଜି ଏସଡିପିଓ, ନୟାଗଡ ପ୍ରଭାତ ମଲ୍ଲିକଙ୍କ ତତ୍ୱାବଧାନରେ ଗଣିଆଁ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ମୁଦଲା ମାନଙ୍କ କାର୍ଯ୍ୟ ସଂପର୍କରେ ଜଣାଇ କୋର୍ଟ ଚାଲାଣ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × three =