ଅଧ୍ୟକ୍ଷାଙ୍କ ସ୍ମୃତିରେ ମୁକ୍ତା ଯୋଜନା ପ୍ରକଳ୍ପ ଗୁଡ଼ିକର ଶୁଭ ଉଦଘାଟନ, ସାଂସଦ ଓ ଜିଲ୍ଲାର ସମସ୍ତ ବିଧାୟକ ସାମିଲ

0 72

ଘୁ.ଉଦୟଗିରି:କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସ୍ୱର୍ଗତା ଭାନୁପ୍ରଭା ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ସ୍ଥାନୀୟ ୭ନଂ ୱାର୍ଡ଼ରେ ମୁକ୍ତା ଯୋଜନା ମାଧ୍ୟମରେ ନିର୍ମିତ ପ୍ରକଳ୍ପ ଗୁଡ଼ିକ ଯଥା ୨ଟି ୱାର୍ଡ଼ର ମିଶନ ଶକ୍ତି ଗୃହ, ଖୋଲା ସ୍ଥାନର ସୌନ୍ଦର୍ଯ୍ୟକରଣ ଏବଂ ଅଙ୍ଗନବାଡ଼ି କେନ୍ଦ୍ର, ତହସିଲ ଅଫିସ ନିକଟ ଓ ଚକରା ବିଷୋୟୀ ଛକଠାରେ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ସାଂସଦ ଡଃ ଅଚ୍ୟୁତାନନ୍ଦ ସାମନ୍ତ, ମାନ୍ୟବର ବିଧାୟକ ସାଲୁଗା ପ୍ରଧାନ, ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ବିଧାୟକ ଚକ୍ରପାଣି କହଁର, ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ସମସ୍ତ କାଉନସିଲର, ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, ସମସ୍ତ ଯନ୍ତ୍ରୀ ଓ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ବେହେରା ଓ ସମସ୍ତ କର୍ମଚାରୀ, ବିଜେଡି ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ର ଓ ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପ୍ରକଳ୍ପ ଗୁଡ଼ିକ ନିକଟରେ ପୂଜା ପାଠ ପରେ ଉଦଘାଟନ କରାଯାଇଥିଲା । ଅଧ୍ୟକ୍ଷାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏହି ଉଦଘାଟନ କାର୍ଯ୍ୟକ୍ରମକୁ ମୁକ୍ତା ପ୍ରକଳ୍ପ ସଂଯୋଜକ ପ୍ରଭାତ କୁମାର ସାହୁ ପରିଚାଳନା କରିଥିବା ବେଳେ ବିବେକାନନ୍ଦ ସାମଲ, ଚୈତନ୍ୟ ମୁଖି, ସୁଦୟ ବେହେରା ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

19 − thirteen =