ଚିକିତ୍ସା ପରେ ଅସୁସ୍ଥ ହାତୀକୁ ଜଙ୍ଗଲରେ ଛଡାଗଲା

0 72

ଆଠଗଡ: ଆଠଗଡ ବନାଞ୍ଚଳର ସୁକାସନ ସଂରକ୍ଷିତ ଜଙ୍ଗଲରେ ଅସୁସ୍ଥ ହୋଇପଡ଼ିଥିବା ଏକ ୩୦ ବର୍ଷର ଅସୁସ୍ଥ ଦନ୍ତାହାତୀର ଚିକିତ୍ସା କରାଯିବା ପରେ ହାତୀଟିକୁ ଜଙ୍ଗଲ ମଧ୍ୟରେ ଛାଡ଼ି ଦିଆଯାଇଛି ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଆଠଗଡ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ନାୟକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଚନ୍ଦକା- ଡମପଡା ଅଭୟାରଣ୍ୟରୁ ଆସିଥିବା ୧୭ ଟିକିଆ ହାତୀପଲ ଗତ କିଛିଦିନ ଧରି ଆଠଗଡ ବନଖଣ୍ଡକୁ ଚାଲି ଆସିଥିଲେ । ସେହି ହାତୀପଲଙ୍କ ମଧ୍ୟରୁ ଗୋଟିଏ ୩୦ ବର୍ଷର ଦନ୍ତାହାତୀ ଅସୁସ୍ଥ ଥିବା ବନବିଭାଗ ଦୃଷ୍ଟିକୁ ଆସିଥିଲା ଥିଲା । ତେବେ ଉକ୍ତ ଅସୁସ୍ଥ ହାତୀ ଉପରେ ଗତ ୩ଦିନ ହେବ ବନବିଭାଗ ଦୃଷ୍ଟି ରଖିଥିବାବେଳେ ହାତୀଟିର ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେଉଥିବା ଜଣାପଡିଥିଲା । ରବିବାର ଆଠଗଡ ବନଖଣ୍ଡ ଅଧିକାରୀ ପତିଙ୍କ ନିର୍ଦ୍ଦେଶ କ୍ରମେ ହାତୀକୁ ସୁକାସନ ସଂରକ୍ଷିତ ଜଙ୍ଗଲରେ ଟ୍ରାଙ୍କୁଲାଇଜ କରାଯିବା ସହ ଭୁବନେଶ୍ୱର ଓୟୁଟିର ଡାକ୍ତର ଇନ୍ଦ୍ରମଣି ନାଥ ନନ୍ଦନକାନନରୁ ମେଟାଲ ଡିଟେକଟର ଦୁଷ୍ମନ୍ତ ମାଝୀ ଚନ୍ଦକା ଅଭୟାରଣ୍ୟରୁ ରାଜୁ ମାଝୀ ମାହୁନ୍ତ ଏବଂ ଆଠଗଡ ବନାଞ୍ଚଳର ଅଧିକାରୀ ରବିନ୍ଦ୍ର ନାୟକଙ୍କ ସମେତ ଅନ୍ୟାନ୍ୟ ବନ କର୍ମଚାରୀ ମାନେ ହାତୀର ଚିକିତ୍ସା କରିବାରେ ସହଯୋଗ କରିଥିଲେ । ହାତୀର ଡାହାଣଗୋଡ ପଛପଟେ କ୍ଷତ ହୋଇଥିବା ଚିକିତ୍ସା ସମୟରେ ଜଣାପଡିଥିଲା । ଉକ୍ତ କ୍ଷତର ଚିକିତ୍ସା କରିବା ପରେ ହାତୀକୁ ଜଙ୍ଗଲ ମଧ୍ୟକୁ ଛାଡି ଦିଆଯାଇଥିବା ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାୟକ କହିଛନ୍ତି ।

hiranchal ad1
Leave A Reply

Your email address will not be published.

18 − two =