ଓଷ୍ଟାର ବ୍ଲକ୍‌ କାର୍ଯ୍ୟକାରିଣୀ ବୈଠକ ଓ ଅବସରକାଳୀନ ସମ୍ବର୍ଦ୍ଧନା

0 556

ଦଶପଲ୍ଲା: ଦଶପଲ୍ଲା ବ୍ଲକ୍‌ ଓଷ୍ଟାର ବ୍ଲକ୍‌ କାର୍ଯ୍ୟକାରିଣୀ ବୈଠକ, ଦଶପଲ୍ଲା ନିକଟସ୍ଥ ତେଣ୍ଡାବାଡି ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଷ୍ଟାର ରାଜ୍ୟ ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ୍‌ ଯୋଗଦେଇ ଶିକ୍ଷକ ମାନଙ୍କର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ସରକାର ଶିକ୍ଷକମାନଙ୍କ ପ୍ରତି କରୁଥିବା ପାତର ଅନ୍ତର ନୀତିକୁ ସେ , ଘୋର୍‌ ସମାଲୋଚନା କରିବା ସହିତ ଏଥିରେ ସୁଧାର ଆଣିବାକୁ ଦୃଢ଼ ଦାବୀ ଉପସ୍ଥାପନ କରିଥିଲେ । ଆସନ୍ତା ଅଗଷ୍ଟ ୯ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅଗଷ୍ଟ ୧୬ ତାରିଖରେ ଲୋୟର ପି ଏମ୍‌ ଜିରେ ସମସ୍ତ ଶିକ୍ଷକମାନେ ଉପସ୍ଥିତ ହୋଇ ସରକାରଙ୍କ ନିକଟରେ ଦାବୀ ରଖିବାକୁ ସେ ଆହ୍ୱାନ କରିଥିଲେ । ଏହି ବୈଠକରେ ଜିଲ୍ଲା ସଂପାଦକ ପରମାନନ୍ଦ ଦଳାଇ,ଦଶପଲ୍ଲା ବ୍ଲକ୍‌ ସଭାପତି ଶରତ ଚନ୍ଦ୍ର ବେହେରା, ବ୍ଲକ୍‌ ସଂପାଦକ ଅକୃର ପରିଡା, କିଶୋର ପ୍ରସାଦ ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଗଦୀଶ ମିଶ୍ର,ତେଣ୍ଡାବାଡି ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରତାପ ଦଳବେହେରା, ଯୋଗ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀର ବରିଷ୍ଠ ସଦସ୍ୟ ଶ୍ରୀମାନ୍‌ ଭରଦ୍ୱାଜ ଦଳବେହେରା ସେବା ନିବୃତ ହେଉଥିବାରୁ ବିଦ୍ୟାଳୟ ଓ ଓଷ୍ଟା ତରଫରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଥମେ ବିଦ୍ୟାଳୟ ତରଫରୁ ତାଙ୍କୁ ମାନପତ୍ର, ଉପାୟନ ଓ ଫୁଲତୋଡା ଦେଇ ସମ୍ମାନିତ କରିବାପରେ , ଦଶପଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ରିପୋର୍ଟର୍ସ ଆସୋସିଏସନ ତରଫରୁ ଶ୍ରୀ ଦଳବେହେରାଙ୍କୁ ମାନପତ୍ର ଓ ଉପାୟନ ଦେଇ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ରିପୋର୍ଟର୍ସ ଆସୋସିଏସନର ସଭାପତି ଚିତ୍ତରଞ୍ଜନ ମିଶ୍ର, ଉପଦେଷ୍ଟା – ରତ୍ନାକର ହୋତା, ସଭ୍ୟ ମନୋଜ ବେହେରା ଓ ଦଶପଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ୍‌,ପ୍ରଫୁଲ୍ଲ କୁମାର ପଣ୍ଡା, ଗଙ୍ଗାଧର ରଣା, ମନୋରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

4 × three =