ଝରାପଡା ବାସୀଙ୍କ ପାଖରେ ପହଞ୍ଚିଲା ପଲିଥିନ

0 65

ସୁବର୍ଣ୍ଣପୁର : ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗ୍ରାମପଞ୍ଚାୟତର ଝରାପଡା ଗ୍ରାମବାସୀ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଶୀର୍ଷକ ସମ୍ବାଦ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବା ପରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ଏହି ଗାଁରେ ପହଞ୍ଚି ବସ୍ତିର ଲୋକଙ୍କ ସହିତ ସବୁ ସମସ୍ୟା ଉପରେ ଆଲୋଚନା କରିଥିଲେ । ତୁରନ୍ତ ପଦକ୍ଷେପ ନେବାକୁ ବିନିକା ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀଙ୍କୁ ନିର୍ଦ୍ଦେଶ କରିଥିଲେ । ସେ ଅନୁଯାୟୀ ତହସିଲଦାର ମଧ୍ୟ ଠିକ ସମୟରେ ବସ୍ତିର ସମସ୍ତ ଘରପାଇଁ ସେଲେଡି ସରପଞ୍ଚଙ୍କ ଉପସ୍ଥିତିରେ ପଲିଥିନ ଆଜି ଯୋଗାଇ ଦେଇଛନ୍ତି । ପ୍ରକୃତରେ ଏଠି କେତେ ପରିବାର ବସବାସ କରୁଛନ୍ତି, କେତେ ଲୋକଙ୍କ ଭୋଟ ପରିଚୟ, ଆଧାର କାର୍ଡ ହୋଇଛି ସଠିକ ତଥ୍ୟ ପାଇଁ ସର୍ଭେ କରିବାସହ ସେମାନଙ୍କ ପାଇଁ ଖୁବ ଶୀଘ୍ର ଠିକ ଜମି ଚିହ୍ନଟ କରାଯାଉଛି । ସମସ୍ତ ଭୂମିହୀନଙ୍କୁ ୩ ଡ଼ିସିମିଲ ଲେଖାଏଁ ଜମି ପ୍ରଦାନ କରିବା, ବିଦ୍ୟୁତିକରଣ ପୂର୍ବରୁ ସୋଲାର ଲାଇଟ ବ୍ୟବସ୍ଥା କରିବା ଓ ପିଇବା ପାଣି ପାଇଁ ନଳକୂପ ଖନନ କରିବାର ସୁବିଧା କରିବାକୁ ଜିଲ୍ଲାପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ନଜରକୁ ଏ ଘଟଣା ଆସିବାପରେ ପ୍ରଶାସନିକ ଟିମ ସହ ସେ ଯେଉଁ ଭଳି ତତ୍ପରତା ପ୍ରକାଶ କରି ଏ ସବୁର ସମାଧାନ ପାଇଁ ଚେଷ୍ଟିତ ଅଛନ୍ତି ସେଥିପାଇଁ ଜ଼ିଲ୍ଲାପାଳ, ତହସିଲଦାର ଓ ଶ୍ରମ ଅଧିକାରୀଙ୍କୁ ଜିଲ୍ଲାର ସବୁ ମହଲରେ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

four × 4 =