ପୁରୀ ଟାଉନ ଥାନାରେ ଅପରାଜିତାଙ୍କ ନାମରେ ଏତଲା

0 152

ପୁରୀ : ପୁରୀ ଗସ୍ତରେ ଆସିଥିବା ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଶାସନର ନିୟମ ଉଲ୍ଲଂଘନ କରିଥିବା ହେତୁ ଅପରାଜିତାଙ୍କ ନାମରେ ପୁରୀ ଟାଉନ ଥାନାରେ ଏତଲା ଦିଆଯାଇଛି । ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପକ୍ଷରୁ ଏହି ଏତଲା ଦିଆଯାଇଛି । ଏଏସ୍‌ଆଇର ଅନୁମତି ବିନା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିବା ପ୍ରସଙ୍ଗ କୁ ନେଇ ଅପରାଜିତା ଷଡଙ୍ଗୀ ବିରୋଧ କରି ଆଜି ପୁରି ବଡ଼ଦାଣ୍ଡରେ ପଦଯାତ୍ରା କରିଥାନ୍ତେ । ହେଲେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖାଯାଇ ପୁରୀ ଜିଲାପାଳ ସମର୍ଥ ବର୍ମା ଏହି ପଦଯାତ୍ରା ପାଇଁ ଅନୁମତି ଦେଇ ନ ଥିଲେ । ତେବେ ଆଜି ସାଂସଦ ଅପରାଜିତା ଷଡଙ୍ଗୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଓହ୍ଲାଇ ମେଡ଼ିକାଲ ଛକରୁ ଚାଲି ଚାଲି ଶ୍ରୀମନ୍ଦିର ଆସିଥିଲେ । ଏହି ସମୟରେ ଶତାଧିକ କର୍ମୀ ତାଙ୍କ ସହ ସାମିଲ ହୋଇ ବିଭିନ୍ନ ନରାବାଜି କରିଥିଲେ । ଏଣୁ ଆଇନ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପୁରୀ ପୋଲିସ ସାଂସଦ ଅପରାଜିତା ଷଡଙ୍ଗୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ କର୍ମକର୍ତ୍ତା ଦାବି କରିଛନ୍ତି । ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ଏକାଠି ହୋଇ ପୁରୀ ଥାଉନ ଥାନା ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

ten − 8 =