କେଗାଁ ରେଞ୍ଜ୍‌ ଅଧିନ ବିଭିନ୍ନ ଫଡିରେ କେନ୍ଦୁପତ୍ର ତୋଳା ଆରମ୍ଭ

0 33

ଗୋଳାମୁଣ୍ଡା : କେଗାଁ ରେଞ୍ଜ୍‌ ଅଧିନ କେଗାଁ ସମେତ ବିଭିନ୍ନ ଫଡିରେ ସପ୍ତାହେ ହେଲା କେନ୍ଦୁପତ୍ର ତୋଳା ଆରମ୍ଭ ହୋଇଛି । ଫଳରେ କେନ୍ଦୁପତ୍ର ତୋଳାଳି ମାନେ ସକାଳ ୫ଟାରୁ କେନ୍ଦୁପତ୍ର ତୋଳିବାକୁ ଯାଇ ସକାଳ ପ୍ରାୟ ୯ ଟା ସମୟରେ ଘରକୁ ଫେରି କେନ୍ଦୁପତ୍ର ବାନ୍ଧିବା ଆରମ୍ଭ କରୁଥିବା ବେଳେ ବନ୍ଧା ସରିବା ପରେ ଅପରାହ୍ନ ସମୟରେ କେନ୍ଦୁପତ୍ର ଫଡିକୁ ବିକ୍ରୀ ନିମନ୍ତେ ନେଇଥାନ୍ତି । ଗୋଟିଏ ବିଡାରେ ୨୦ଟି ଭଲ ପତ୍ର ସହ ସେହି ବିଡାର ଉପରେ ଓ ତଳେ ଦୁଇଟି ମୋଟ୍‌ ୨୨ଟି ପତ୍ର ବାନ୍ଧୁଥିବା ପତ୍ର ତୋଳାଳିମାନେ କହିଛନ୍ତି । ଚଳିତ ବର୍ଷ ରାଜ୍ୟ ସରକାର କେନ୍ଦୁପତ୍ରର ସହାୟକ ମୂଲ୍ୟ ବୃଦ୍ଧି କରିଥିବାରୁ କେନ୍ଦୁପତ୍ର ତୋଳାଳି ଖୁସି ବ୍ୟକ୍ତ କରିଛନ୍ତି । ୧୦୦ ବିଡାର ମୂଲ୍ୟ ୧୪୦ ଟଙ୍କା ଥିବାବେଳେ ଜଣେ ଜଣେ ତୋଳାଳି ଦିନକୁ ୩୦୦ ରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା କହିଛନ୍ତି । କେଗାଁ କେନ୍ଦୁପତ୍ର ଫଡି ଅଧିନରେ ୩୦ ଭାଗଲୋକ କେନ୍ଦୁପତ୍ର ତୋଳିବା ପାଇଁ ପଞ୍ଜୀକୃତ କରିଥିବା ବେଳେ ଆହୁରି ୧୦ ଭାଗଲୋକ କେନ୍ଦୁପତ୍ର ନ ତୋଳି ମଧ୍ୟ ପଞ୍ଜିକୃତ କରିଥିବା ଅଭିଯୋଗ ହେଉଛି । ଜଣେ ବ୍ୟକ୍ତି ଦିନକୁ ୩ ଶହରୁ ଅଧିକ କେନ୍ଦୁପତ୍ର ତୋଳିଲେ ମୁନସୀମାନେ ତାର ନାମରେ ୩ ଶହ କେନ୍ଦୁପତ୍ର ଲେଖୁଥିବାବେଳେ ଆଉ ବଳକା କେନ୍ଦୁପତ୍ର ତୋଳୁ ନ ଥିବା ଲୋକଙ୍କ ଖାତାରେ ଲେଖୁଥିବା ଅଭିଯୋଗ ହେଉଛି । କେନ୍ଦୁପତ୍ର ତୋଳୁନ ଥିବା ଲୋକମାନେ ସରକାରୀ ସ୍ତରରେ ଅନେକ ଫାଇଦା ଉଠାଇ ନେଉଛନ୍ତି । ଏ ନେଇ କେନ୍ଦୁପତ୍ର ରେଞ୍ଜ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା । ଜଣେବ୍ୟକ୍ତି ୧୦୦୦ କେନ୍ଦୁପତ୍ର ତୋଳିଲେ ବି ନିଜ ଖାତାରେ ଲେଖିପାରିବେ । କେନ୍ଦୁପତ୍ର ତୋଳାଳିମାନେ ଯେତେ ଅଧିକ ପତ୍ର ତୋଳିବେ ସେତିକି ବୋନସ ପାଇବା ସହ ସରକାରୀ ସ୍ତରରେ ଅନେକ ସୁବିଧା ପାଇପାରିବେ ବୋଲି କେଗାଁ ରେଞ୍ଜ ଅଧିକାରୀ କହିଥିଲେ ।

hiranchal ad1
Leave A Reply

Your email address will not be published.

one × three =