ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଭୁବନେଶ୍ୱର ସାଂସଦ

0 58

ପୁରୀ : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବହୁତ ଖୁସି ଥିବା କହିଛନ୍ତି । ତେବେ ତାଙ୍କ ପାଇଁ ଭୁବନେଶ୍ୱରରୁ ଶ୍ରୀମନ୍ଦିର ଯାଏ ଯେଭଳି ପୋଲିସ ପ୍ରଶାସନର ବ୍ୟବସ୍ଥା କରାଗଲା ତାହାକୁ ନେଇ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଆଇନ ଅନୁଯାୟୀ ସବୁ କିଛିି ସେ କରୁଥିବା କହିଛନ୍ତି । ତେବେ ଯଦି ରାଜ୍ୟ ସରକାର ଏଏସଆଇର ଅନୁମତି ନେଇ ବିଭିନ୍ନ ବଡ଼ ବଡ଼ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଶ୍ରୀମନ୍ଦିର ପରିକ୍ରମା ମାର୍ଗ କରିଥାନ୍ତେ ତାହା ହେଲେ ଆଜି ବିରୋଧର ସ୍ୱର ଉଠି ନ ଥାନ୍ତା । ପୂରାତନ କୀର୍ତ୍ତିରାଜି ି ସୁରକ୍ଷା ପାଇଁ ଗାଇଡ଼ ଲାଇନ ଅଛି । ଏଣୁ ରାଜ୍ୟ ସରକାର ଏହା ମାନି ବିକାଶ କରନ୍ତୁ ବୋଲି ଅପରାଜିତା କହିଛନ୍ତି । ଶ୍ରୀମନ୍ଦିର ଚାରିପାଖର ୧୦୦ ମିଟର ଭିତରେ ଖନନ କଲେ ଶ୍ରୀମନ୍ଦିର ପ୍ରତି ବିପଦ ରହିଛି । ତେବେ ସେ କେଉଁ ଇଞ୍ଜିନିୟର , ଆର୍କିଟେକ ଏହି ବୁଦ୍ଧି ସରକାରଙ୍କୁ ଦେଲେ ତାହା ଓଡିଶାବାସୀ ଜାଣିବା ଉଚିତ ବୋଲି ଅପରାଜିତା କହିଛନ୍ତି । ସେହିପରି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବିଷୟରେ ନ ଜାଣି ଗଣତନ୍ତ୍ର ମନ୍ଦିର ଲୋକସଭାରେ ପୁରୀ ଏମପି ଭୁଲ ତଥ୍ୟ ଦେବା ଦୁଃଖଦାୟକ ବୋଲି ଅପରାଜିତା କହିଛନ୍ତି ।
ଅନ୍ୟ ପକ୍ଷରେ ପୁରୀ ଗସ୍ତରେ ଆସିଥିବା ବେଳେ ଅପରାଜିତା ଷଡଙ୍ଗୀ ଟମାଟୋ ମାଡ଼ର ଶିକାର ହୋଇଛନ୍ତି । ବଡ଼ ଦାଣ୍ଡର ରଥ ଖଳା ନିକଟରେ ଅପରାଜିତା ତାଙ୍କ କର୍ମୀଙ୍କ ସହ ଶ୍ରୀମନ୍ଦିରକୁ ଚାଲି ଚାଲି ଯାଉଥିବା ବେଳେ ଜଣେ ଯୁବକ ଟମାଟୋ ମାଡ଼ କରିଛନ୍ତି । ସେ ଯୁବ କଂଗ୍ରେସର ଜଣେ କର୍ମୀ ବୋଲି ଜଣାପଡିଛି ।ମହାପ୍ରଭୁଙ୍କ କାର୍ଯ୍ୟରେ ଅପରାଜିତା ସହଯୋଗ କରିବା ବଦଳରେ ରାଜନୀତି କରୁଥିବା ଅଭିଯୋଗ ନେଇ ଏହି ଟମାଟୋ ମାଡ଼ ହୋଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

nine − 2 =