ନାବାଳକ ଭାଇଙ୍କୁ ହତ୍ୟା କଲା ସଂପର୍କୀୟ ବଡ ଭାଇ

0 104

ଟିଟିଲାଗଡ : ନାବାଳକ ଭାଇଙ୍କୁ ହତ୍ୟା କରିଛି ଜଣେ ଦୂର ସଂପର୍କୀୟ ଭାଇ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସିରଭଟାପଡାରେ । ନାବାଳକର ଶବକୁ ଟିଟିଲାଗଡ-ବଲାଙ୍ଗୀର ରାସ୍ତାରେ ଥିବା ମାତୃ ଆଉ ଶିଶୁ ଡାକ୍ତରଖାନା ପାଖରେ ଥିବା ଏକ ନିର୍ମାଣଧୀନ ଘର ନିକଟରେ ଥିବା ବିରାଟ ଗାତରୁ ଠାବ କରିଛି ଟିଟିଲାଗଡ ପୁଲିସ । ଏହି ସମୟରେ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ଥାନା ଅଧିକାରୀ ରଞ୍ଜନ ବରିହା, ସାଇଣ୍ଟିଫିକ୍‌ ଟିମ୍‌ ଉପସ୍ଥିତ ଥିବା ବେଳେ ଘଟଣାସ୍ଥଳରେ ବଲାଙ୍ଗୀର ଏସପି ନୀତିନ କୁଶଳକର ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ପଥରରେ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡିଛି ।
ସୂଚନା ମୁତାବକ ଟିଟିଲାଗଡ ସିରଭଟାପଡାର ମୋହନ କୁମାର(ଆଶିଷ) ନାମକ ଜଣେ ନାବାଳକ ଅପହରଣ ହୋଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ୨୩ ତାରିଖ ଦିନ ଅପରାହ୍ନ ୪ଟା ସମୟରେ ଟ୍ୟୁସନ ଯାଇ ଆଉ ଘରକୁ ଫେରିନଥିଲା । ଏ ନେଇ ପରିବାର ଲୋକ ତାଙ୍କର ଜଣେ ସଂପର୍କୀୟଙ୍କ ଉପରେ ସନ୍ଦେହ କରିଥିଲେ । ପରିବାର ଅଭିଯୋଗ ମୁତାବକ ଉକ୍ତ ବ୍ୟକ୍ତି ପୁଲିସ ଅଟକ ରଖି ପଚରା ଉଚରା କରିବା ପରେ ସେ ହତ୍ୟା କରିଥିବା ସ୍ୱୀକାର କରିଥିବା ସୂଚନା ମିଳିଛି । ମୋହନ ଟ୍ୟୁସନ ଯିବା ସମୟରେ ଦୂର ସଂପର୍କୀୟ ବଡ ଭାଇ ଡାକି ନେଇ ସିକିର ଜଙ୍ଗଲରେ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

hiranchal ad1
Leave A Reply

Your email address will not be published.

16 − 13 =