ମାହେଶ୍ୱରୀ ଗୋଶାଳାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

0 41

ବୌଦ୍ଧ: ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତାପାଳି ସ୍ଥିତ ମାହେଶ୍ୱରୀ ଗୋଶାଳାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଗୋଶାଳା ଅଧକ୍ଷ ନିର୍ଗୁଣ ମହାକୁଡ଼ ଓ ସମ୍ପାଦକ କୃତ୍ତିବାସ ପଲିଆଙ୍କ ତତ୍ୱାବଧାନରେ ପ୍ରାୟ ତିନି ଶହ ଅସହାୟ ବୁଲା ଗୋମାତାଙ୍କୁ ନେଇ ପ୍ରାୟ ତିନିବର୍ଷ ହେଲା ପ୍ରତି ପାଳନ କରି ଆସୁଛନ୍ତି । ଆଜି ସକାଳେ, ଗୋଚିକିତ୍ସକ୍ଷ ଗୋମାତା ସ୍ୱାନ, ଗୋପୂଜନ, ଗୋବନ୍ଦନା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବ କୃଷି ଅଧିକାରୀ ତଥା ହରଭଙ୍ଗା ବ୍ଲକ ଆତ୍ମା ଅଧକ୍ଷ ପୂର୍ଣ୍ଣଚନ୍ଦ୍ର ଗାଈଗୋରିଆ ଯୋଗଦେଇ ଗୋଶାଳାର ଉନ୍ନତି କାମନା କରିଥିଲେ । ଗୋପୂଜନରେ ବାବା ଖଗେଶ୍ୱର ବାନପ୍ରସ୍ତୀ, ରାଜୀବ ବାବା, ଗୋଚିକିତ୍ସକ ଅଶୋକ ଶତପଥୀ ଯୋଗଦେଇ ଗୋ-ଚିକିତ୍ସା କରିଥିଲେ । ୩୦ଗୋଟି ନୂଆ ବାଛୁରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । କାର୍ଯ୍ୟକାରୀ ସଦସ୍ୟ ପରମାନନ୍ଦ ପ୍ରଧାନ, ଗୋଶାଳା ତତ୍ୱାବଧାରକ ଭାଗ୍ୟଧର ମହାକୁଡ଼ ମଞ୍ଚାସିନ ଥିଲେ । ବିଭିନ୍ନ ଆଲୋଚନାରେ ଜୁନ ମାସରେ ରାଜ୍ୟ ସ୍ତରୀୟ ଗୋସେବକ ସମ୍ବିଳନୀ ଆୟୋଜନ । ଉକ୍ତ ଉତ୍ସବରେ ବରଣ୍ୟ ମହାମହିମ ଓଡିଶା ରାଜ୍ୟପାଳଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରିବା ସହିତ ପୁରୀ ବାଲିଘାଇ ମଠାଧିଶ ପ୍ରଜ୍ଞାନନନ୍ଦ ସ୍ୱରସ୍ୱତୀଙ୍କୁ ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଆମନ୍ତ୍ରଣ କରିବା ପାଇଁ ସ୍ଥିର କରାଯାଇଛି । ଉକ୍ତ ଦିବସରେ ଜିଲ୍ଲା ସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସରେ ଏକ ଚାରୀ ଜଣିଆ ପ୍ରତିନିଧି ଦଳ ଭାଗନେଇ ଗୋଶାଳାର ଉନ୍ନତି ପାଇଁ ଉପସ୍ଥାପନା କରିଥିଲେ

hiranchal ad1
Leave A Reply

Your email address will not be published.

nine + 3 =