ଡୁଙ୍ଗୁରିପାଲି ବ୍ଲକରେ ଆରମ୍ଭ ହେଲା ପରିବର୍ତ୍ତନ ଯାତ୍ରା

0 81

ସୁବର୍ଣ୍ଣପୁର ବିଭିନ୍ନ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାରେ ଯୁବନେତା ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ବାହାରିଥିବା ପରିବର୍ତ୍ତନ ଯାତ୍ରା ଆଜି ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର କର୍ଲାଯୁଲି ପଞ୍ଚାୟତ ଅନ୍ତର୍ଗତ ମହୁଲ ପାଲି ଗ୍ରାମରୁ ଆରମ୍ଭ ହୋଇଥିଲା । ପ୍ରଥମେ ମହୁଲପାଲି ଗ୍ରାମରେ ମହାପ୍ରଭୁ ହନୁମାନଙ୍କର ବିଗ୍ରହ ପ୍ରତିଷ୍ଠା ପାଇଁ ଶୁଭସ୍ତମ୍ଭ ସ୍ଥାପନ ପୂର୍ବକ ଗ୍ରାମବାସୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇ ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ଏହି ଯାତ୍ରା ମହୁଲ ପାଲି, ଗଜମାଲ, ତିଲେଇମାଲ୍‌ ଆଦି ଗ୍ରାମ ସମୁହକୁ ପରିକ୍ରମା କରିଥିଲା । ଏହି ଗ୍ରାମର ଲୋକଙ୍କ ଠାରୁ ଜଳ ସେଚନ, ସ୍ୱାସ୍ଥ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ବିଜୁଳି ସମସ୍ୟା ମନରେଗା ସୁବିଧା ନ ପାଇବା ଇତ୍ୟାଦି ଅନେକ ପ୍ରସଙ୍ଗ ଉପରେ ଉପସ୍ଥିତ ଗ୍ରାମବାସୀ ଶ୍ରୀ ବେଦବାକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୁଣି ଚେରୁପାଲି ଗ୍ରୀଡ୍‌ରୁ ସର୍ଗୁଲ ଫିଡ଼ର୍‌ ଲାଇନ୍‌ ବିନା କାରଣରେ ବାରମ୍ବାର ବିଜୁଳିକାଟ କରି ଲୋକଙ୍କୁ ଟାଟା ପାୱାର କମ୍ପାନୀ ହଇରାଣ କରୁଥିବା ପ୍ରକାଶ କରି ଦୃଢ଼ ଉଦବେଗ ପ୍ରକାଶ ପାଇଥିଲା । ଏହିପରିବର୍ତ୍ତନ ଯାତ୍ରାରେ ବଳଦେବ ପ୍ରସାଦ ବେଦବାକଙ୍କ ସହ ସୁରେଶ ପାତ୍ର, ପ୍ରଶାନ୍ତ ସାହୁ, ସନ୍ତୋଷ ସାହୁ, ସୌମ୍ୟରଞ୍ଜନ, ରାମ ଘିବେଲା,ସଂଜିବ ସାହୁ,ଅଶୋକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଚଣ୍ଡ ରୌଦ୍ରତାପ ସତ୍ୱେ ବିଭିନ୍ନ ଗ୍ରାମ ମାନଙ୍କରେ ଲୋକମାନଙ୍କ ଅଭୂତପୂର୍ବ ସମର୍ଥନ ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

13 + eleven =