ଟିଭିକେରେ ସାମିଲ ହେବେ ତ୍ରିଶା, ଲଢିବେ ଉପ ନିର୍ବାଚନ !

0 62

ଚେନ୍ନାଇ: ରାଜନୀତିରେ ପ୍ରବେଶ କରି ଥଲାପତି ବିଜୟ ମିଳିଛି ବିପୁଳ ସଫଳତା । ଖୁବଶୀଘ୍ର ଟିଭିକେ ତାମିଲନାଡ଼ୁରେ ସରକାର ଗଠନ କରିବ । ଏବେ ତାଙ୍କ ବାନ୍ଧବୀ ତଥା ଲୋକପ୍ରିୟ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ ମଧ୍ୟ ରାଜନୀତିରେ ପାଦ ଥାପିବା ନେଇ ସୂତ୍ରରୁ ଜଣାପଡ଼ିଛି । ସେ ବିଜୟଙ୍କ ଦଳ ତାମିଲଗା ଭେଟ୍ରି କାଝଗମ୍‌ (ଟିଭିକେ)ରେ ସାମିଲ ହୋଇପାରନ୍ତି । ଟିଭିକେର ପ୍ରମୁଖ ନେତାମାନେ ମଧ୍ୟ ଏହା ଚାହୁଁଛନ୍ତି ।

hiring

ତ୍ରିଶା ରାଜ୍ୟର ତିରୁଚିରାପଲ୍ଲୀ ପୂର୍ବ ଆସନରୁ ଉପନିର୍ବାଚନ ଲଢ଼ନ୍ତୁ ବୋଲି ସେମାନେ ପ୍ରସ୍ତାବ ଦେଇଛନ୍ତି । ଅଭିନେତ୍ରୀ ଜଣକ ମଧ୍ୟ ଏହି ପ୍ରସ୍ତାବକୁ ସ୍ୱୀକାର କରିପାରନ୍ତି ବୋଲି ଆଶା କରାଯାଉଛି । ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ବିଜୟ ଦୁଇଟି ଆସନରୁ ଜିତିଛନ୍ତି । ତାହା ହେଉଛି ପେରାମ୍ବୁର ଓ ତିରୁଚିରାପଲ୍ଲୀ ପୂର୍ବ । ବିଜୟ ରାଜଧାନୀ ଚେନ୍ନାଇରେ ଥିବା ପେରମ୍ବୁର ଆସନକୁ ରଖିବେ ।

ନିୟମ ଅନୁସାରେ, ତାଙ୍କୁ ୧୪ ଦିନ ମଧ୍ୟରେ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ । ଏହାପରେ ଉକ୍ତ ଆସନରେ ଉପନିର୍ବାଚନ ତାରିଖ ଘୋଷଣା କରାଯିବ । ରିପୋର୍ଟ ମୁତାବକ, ବିଜୟ ଏବଂ ଟିଭିକେର ନେତାମାନେ ତ୍ରିଶାଙ୍କୁ ତିରୁଚିରାପଲ୍ଲୀ ପର୍ବ ଆସନରୁ ଲଢବାକୁ ରାଜି କରାଇବାକୁ ଉଦ୍ୟମ ଚଳାଇଛନ୍ତି ।

hiranchal ad1
Leave A Reply

Your email address will not be published.

four + fifteen =