ଅଧିକାରୀ ଆସିବାକୁ ଅମଙ୍ଗ,ତିନି ଦିନ ହେଲା ପ୍ରାଣୀଧନ ସହାୟକ କେନ୍ଦ୍ରରେ ତାଲା:ଗୋପାଳକ ହନ୍ତସନ୍ତ

0 76

ଜହ୍ନାପଙ୍କ,୩୦/୬: ପ୍ରାଣୀ ସଂପଦର ବିକାଶ ପାଇଁ ରାଜ୍ୟ ସରକାର ଗୋପାଳକ ମାନଙ୍କୁ ରିହାତିରେ ଗୋଖାଦ୍ୟ, ଘାସ ମଞ୍ଜି, ଗୁହାଳ ଯୋଗାଇ ଦେଉଥିବା ବେଳେ ପ୍ରାଣୀ ସମ୍ପଦର ଚିକିତ୍ସା ପାଇଁ ପ୍ରାଣୀ ସହାୟକ କେନ୍ଦ୍ର ଖୋଲା ଯାଇଛି । ଏହି ପରିପ୍ରେକ୍ଷୀରେ ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନ ।ପଙ୍କଠାରେ ୧୯୭୦ ମସିହାରେ ପ୍ରାଣୀ ଧନ ସହାୟକ କେନ୍ଦ୍ର ଖୋଲାଯାଇଥିଲା । ଏହି କେନ୍ଦ୍ର ଉପରେ ଆଖପାଖର ୫ଟି ପଂଚାୟତର ପ୍ରାୟ ୪୦ଟି ଗାଁର ଉର୍ଦ୍ଧ୍ୱ ଗୋପାଳକ ନିର୍ଭର କରୁଥିବା ବେଳେ ପ୍ରାଣୀମାନଙ୍କୁ ଚିକିତ୍ସା କରିବା ସହିତ ବିଭିନ୍ନ ସୁବିଧା ସୁଯୋଗ ପାଉଥିଲେ । କିନ୍ତୁ ଏଠାରେ ନିଯୁକ୍ତ ପ୍ରାଣୀ ଚିକିତ୍ସକ ନିୟମିତ କାର୍ଯ୍ୟାଳୟ ନ ଆସିବା, ଗୋପାଳମାନଙ୍କ ପାଇଁ ଆସୁଥିବା ବିଭିନ୍ନ ଔଷଧ ବାହାରେ ଚଢା ଦରରେ ବିକ୍ରୀ କରିବା ଏବଂ ପରିସରରେ ଚାଲୁଥିବା ଚାରିଶମ୍ଭୁ ଦୁଗ୍ଧ ସମବାୟ ସମିତିକୁ ବିରୋଧ କରିବା ଆଦି କାର୍ଯ୍ୟକୁ ସମାଧାନ ଓ ପ୍ରାଣୀ ଚିକିତ୍ସକଙ୍କୁ ବଦଳି ପାଇଁ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ବୌଦ୍ଧ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ କରୁନଥିବା ଏବଂ ଦୀର୍ଘ ମାସେରୁ ଉର୍ଦ୍ଧ୍ୱ ହେଲା କାର୍ଯ୍ୟାଳୟକୁ ଆସୁନଥିବାରୁ ପ୍ରତ୍ୟହ କେନ୍ଦ୍ରକୁ ନିଜ ପ୍ରାଣୀକୁ ଆଣି ଦୀର୍ଘ ସମୟ ଅପେକ୍ଷା କରି କରି ଫେରୁଥିଲେ । ଫଳରେ ଗୋପାଳକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ରତର ହୋଇଥିଲା । ଯାହାର ପ୍ରତିପାଦନ ହୋଇଥିଲା ମଙ୍ଗଳବାର ଦିନ । ସକାଳ ସାଢେ ୬ ଟାରୁ ୪୦ ଟି ଗ୍ରାମର ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ଚାଷୀ ପ୍ରାଣୀଧନ ସହାୟକ କେନ୍ଦ୍ରରେ ତାଲା ପକାଇ ଦେଇଥିଲେ । ତେବେ ଆଜି ତୃତୀୟ ଦିନ ମଧ୍ୟ ତାଲା ପଡିଥିବା ଦେଖିବାକୁ ମିଳିଥିଲା । ଏନେଇ ବାଉଁଶୁଣି ଭିଏଏସ୍‌ ପ୍ରିୟବ୍ରତ ବେହେରାଙ୍କୁ ଯୋଗାଯୋଗ କରିବାରୁ ଚାଷୀଙ୍କ ମୁଖ୍ୟ ଦାବି ଅନୁସାରେ ପ୍ରାଣୀ ଚିକିତ୍ସକ ସୂର୍ଯ୍ୟକାନ୍ତ ମେହେରଙ୍କୁ ବଦଳି କରାଯାଇଛି ପଦରପଡ଼ାକୁ । ଏବଂ ମୁଣ୍ଡାପଡ଼ା ପ୍ରାଣୀ ଚିକିତ୍ସକ ସୌଭାଗ୍ୟ ପ୍ରଧାନଙ୍କୁ ଜହ୍ନାପଙ୍କକୁ ନିଯୁକ୍ତି ଦିଆଯାଇଛି । ଯଦି ଚାଷୀ ତାଲା ନ ଖୋଲିବେ ତେବେ ଦାୟିତ୍ୱ କେମିତି ହସ୍ତାନ୍ତର ହେବ । ଚାଷୀ ତାଲା ନ ଖୋଲିଲେ ମୁଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବି ସେ ଯାହା ନିଷ୍ପତ୍ତି ନେବେ । ତେବେ ବର୍ତ୍ତମାନ ଚାଷ କାମ ଆରମ୍ଭ ହେବାକୁ ଥିବା ବେଳେ ଗୋରୁ ଗାଈଙ୍କ ଯଦି କିଛି ଅସୁବିଧା ହେବ କେଉଁଠି ଚିକିତ୍ସା କରିବେ ବୋଲି ଚିନ୍ତାରେ ଅଛନ୍ତି । ଯଦି ତୁରନ୍ତ ଏହାର ସମାଧାନ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନକରିବେ ତେବେ ୫ ଟି ପଂଚାୟତର ଗୋପାଳକମାନେ ନିଜ ନିଜର ଗାଈଗୋରୁଙ୍କୁ ଆଣି ଜହ୍ନାପଙ୍କ ଠାରେ ଜାତୀୟ ରାଜପଥ ନଂ ୫୭କୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ଏବଂ ଜିଲ୍ଲା ପ୍ରଶାସନ ଏଥିପାଇଁ ଦାୟୀ ହେବ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

nine + 19 =