ବିଜୟ ପ୍ରଧାନ ହେଲେ କିଆକଟା ସମବାୟ ସମିତିର ସଭାପତି

0 83

କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ସମବାୟ ସମିତି ଲିଃ କାର୍ଯ୍ୟାଳୟରେ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାଚନ ଅଧିକାରୀ ଭାବେ ହୃଦାନନ୍ଦ ମାଝୀ ଯୋଗ ଦେଇ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିଥିଲେ । ସଭାପତି ପଦ ପାଇଁ କାଦପଡାର ବିଜୟ କୁମାର ପ୍ରଧାନ (ସନ୍ତୁ) ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଆଉ କୌଣସି ବ୍ୟକ୍ତି ଏହି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିନଥିବାରୁ ନିର୍ବାଚନ ଅଧିକାରୀ ବିଜୟ କୁମାର ପ୍ରଧାନଙ୍କ ନିଦ୍ୱର୍ନ୍ଦରେ ନିର୍ବାଚିତ କରିଥିଲେ । ଏଥିରେ ସମିତି ୨୦ ଜଣ ସଦସ୍ୟ ଓ ସଦସ୍ୟ ଉପସ୍ଥିତ ଥିଲେ । ଶ୍ରୀ ପ୍ରଧାନ ନୂତନ ସଭାପତି ନିର୍ବାଚିତ ହେବାପରେ ଚାଷୀମାନଙ୍କ ସହ ଉତ୍ତମ ସମ୍ପର୍କ ରଖି ବିଭିନ୍ନ କୃଷି ଯନ୍ତ୍ରାଂଶ, ଉତ୍ତମ ବିହନ, ଋଣ ଯୋଗାଣ, ସାର ପ୍ରଦାନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଇ ସାହାଯ୍ୟ ସହଯୋଗ କରିବେ ବୋଲି କହିଛନ୍ତି । ନବନିର୍ବାଚିତ ସଭାପତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୂଅ ଛୁଟୁଛି । ଏହି କାର୍ଯ୍ୟକ୍ରମରେ ସମବାୟ ସମିତିର ଶାଖା ପରିଚାଳକ ସମେତ ନିର୍ବାଚିତ ସଦସ୍ୟ, ସଦସ୍ୟା ଏବଂ ସମବାୟ ସମିତିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nineteen + three =